ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ
ୱାଂଶିଟନ: ଆମେରିକୀୟ ମହାକାଶ ସଂସ୍ଥା ନାସା ଗୁରୁବାର ଏହାର ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨କୁ ସଫଳତାର ସହ ଉତକ୍ଷେପଣ କରିଛି। ଭୋର ୪:୦୫ରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଓରିଅନ୍ ମହାକାଶଯ୍ୟାନକୁ ଚନ୍ଦ୍ର ଅଭିମୁଖେ ପଠାଯାଇଥିଲା, ଯାହାକୁ ସ୍ପେସ୍ ଲଞ୍ଚ ସିଷ୍ଟମ୍ ଦ୍ୱାରା ଚାଳିତ କରାଯାଇଥିଲା। ଚାରି ଜଣ ମହାକାଶଚାରୀ ଏହି ମିଶନର ଅଂଶ ଭାବରେ ମହାକାଶକୁ ଯାତ୍ରା କରିଛନ୍ତି ଏବଂ ୧୦ ଦିନ ଧରି ଚନ୍ଦ୍ର ପରିକ୍ରମା କରିବା ପରେ ଫେରିବାର କାର୍ଯ୍ୟକ୍ରମ ରହିଛି।
ସୂଚନାନୁଯାୟୀ, ୧୯୭୨ ମସିହାରେ ଆପୋଲୋ ୧୭ ମିଶନର ୫୪ ବର୍ଷ ପରେ ମଣିଷ ପୁଣି ଥରେ ଚନ୍ଦ୍ରକୁ ଯାତ୍ରା ଆରମ୍ଭ କରିଛି। ୧୯୭୨ ଚନ୍ଦ୍ର ମିଶନ ପରେ ପ୍ରଥମ ଥର ପାଇଁ ମଣିଷ ଚନ୍ଦ୍ର ନିକଟକୁ ଯିବା ପାଇଁ ଲୋ ଆର୍ଥ ଅର୍ବିଟ୍ ଅତିକ୍ରମ କରିବ। ଓରିଅନ୍ ମହାକାଶଯ୍ୟାନ ପୃଥିବୀକୁ ଫେରିବା ପୂର୍ବରୁ ପରୀକ୍ଷଣ ପାଇଁ ଚନ୍ଦ୍ରକୁ ପରିକ୍ରମା କରିବା ପାଇଁ ୧୦ ଦିନ ବିତାଇବ।
Powered by Froala Editor