ଏନକାଉଣ୍ଟରରେ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସେନାକୁ ଏକ ବଡ଼ ସଫଳତା ମିଳିଛି। ଜମ୍ମୁ କଶ୍ମୀରର ଗାନ୍ଦରୱାଲ ଜିଲ୍ଲାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆରହାମା ଅଞ୍ଚଳରେ କିଛି ଘଣ୍ଟା ଧରି ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଅନ୍ଧାର ଯୋଗୁଁ ରାତିସାରା ଅପରେସନ୍ ବନ୍ଦ ରଖାଯାଇଥିଲା। ଏବଂ ଭୋର ସମୟରେ ପୁଣି ଆରମ୍ଭ କରାଯାଇଥିଲା। ଜଙ୍ଗଲରେ ସୈନିକଙ୍କ ଦଳ ଆଗକୁ ବଢ଼ିବା ସମୟରେ କୌଣସି ସ୍ଥାନରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରେ ଗୁଳି ଚଳାଇଲେ। ସୈନିକମାନେ ନିଜକୁ ରକ୍ଷା କରି ପାଲଟା ଗୁଳି ଚାଳନା କରିଥିଲେ। ଏହି ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିପାତ ହୋଇଛି।
Powered by Froala Editor