ନକ୍ସଲ ଦମନ : ଅପରେସନରେ ମିଳିଲା ୭ କେଜି ସୁନା ବିସ୍କୁଟ୍
ନକ୍ସଲ ଦମନ ଡେଡଲାଇନ୍ ତଥା ଶେଷଦିନରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଆଉ ଏକ ବଡ଼ ସଫଳତା। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଭିନ୍ନ ଜିଲ୍ଲାରେ ଆଜି ୩୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓ ଅପରେସନରେ ମିଳିଛି ଏହି ବିପୁଳ ସୁନା ଏବଂ ଟଙ୍କା। ମାଓ ଡମ୍ପରୁ ଉଦ୍ଧାର ହୋଇଛି ୭ କେଜି ସୁନା ବିସ୍କୁଟ୍ ସହ ନଗଦ ୨.୯୬ କୋଟି ଟଙ୍କା ମିଳିଛି।
ଏମାନେ ୯୩ଟି ହତିଆର ପୁଲିସକୁ ହସ୍ତାନ୍ତର କରିଛନ୍ତି। ସେଥିମଧ୍ୟରୁ ୪ଟି ଏକେ-୪୭ ଏବଂ ୯ଟି ଏସଏଲଆର ରହିଛି। ଏମାନଙ୍କଦ୍ବାରା ଡମ୍ପ କରି ରଖାଯାଇଥିବା ୨ କୋଟି ୯୦ ଲକ୍ଷ ଟଂକା ନଗଦ, ୭ କିଲୋ ୨ ଶହ ଗ୍ରାମ ସୁନା ଉଦ୍ଧାର କରାଯାଇଛି। ସୁନାର ବର୍ତ୍ତମାନର ମୂଲ୍ୟ ୧୧ କୋଟି ୧୬ ଲକ୍ଷ ଟଂକା ହେବ ବୋଲି କୁହାଯାଇଛି।
ବିଜାପୁର, କାଙ୍କେର, ସୁକମାର ବିଭିନ୍ନ ଜଙ୍ଗଲରେ ଚଢ଼ାଉ ବେଳେ ଏସବୁ ଠାବ ହୋଇଛି। କେବଳ ଏତିକି ନୁହେଁ, ଅତ୍ୟାଧୁନିକ ବନ୍ଧୁକ ଓ ବିସ୍ଫୋରକ ମଧ୍ୟ ଠାବ କରିଛନ୍ତି ସୁରକ୍ଷାକର୍ମୀ। କୁହାଯାଉଛି, ଟଙ୍କା ଓ ସୁନା ସବୁକୁ ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ। ପ୍ରେସମିଟରେ ଏ ସଂପର୍କରେ ସୂଚନା ଦେଇଛନ୍ତି ବସ୍ତର ଆଇଜି ପି.ସୁନ୍ଦରରାଜ।
Powered by Froala Editor