OPHWC ଡେପୁଟି ମ୍ୟାନେଜରଙ୍କ ଘରେ ଟ୍ରଙ୍କ୍ ଟ୍ରଙ୍କ୍ ଭର୍ତ୍ତି ଟଙ୍କା
ଲାଞ୍ଚ ଟଙ୍କା ସଂଗ୍ରହ କରି ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଓପିଏଚ୍ଡବ୍ଲୁସିର ଡେପୁଟି ମ୍ୟାନେଜର ବିଦ୍ୟୁତ୍ ରଞ୍ଜନ ଭୋଇଙ୍କ ନିକଟରୁ ନଗଦ ୫ଲକ୍ଷ ଟଙ୍କା ଜବତ କରିଛି। ଏହାପରେ ତାଙ୍କର ଘର ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇ ପ୍ରାୟ ୪୦ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ଏହାପରେ ସମ୍ବଲପୁର, ଭଞ୍ଜନଗର, ଭୁବନେଶ୍ବରରେ ଏକକାଳୀନ ଚଢାଉ କରାଯାଉଛି । ତାଙ୍କ ଭୁବନେଶ୍ୱର ଘରୁ ଆଉ ୫ ଲକ୍ଷ ଟଙ୍କା ମିଳିଥିବାବେଳେ ତାଙ୍କ ଭଉଣୀଙ୍କ ଘରୁ ୨ଟି ଟଙ୍କା ଭର୍ତ୍ତି ଟ୍ରଙ୍କ ଜବତ ହୋଇଛି । ୨ଟି ଟ୍ରଙ୍କ୍ ଭିତରେ ପାଖାପାଖି ୭୦ ବଣ୍ଡଲ୍ ୫୦୦ ଟଙ୍କିଆ ନୋଟ୍ ଜବତ ହୋଇଛି। ଜବତ ଟଙ୍କାର ପରିମାଣ ୪୫ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ସୂଚନାନୁସାରେ, ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ଭିଜିଲାନ୍ସ ଟିମ୍ ସମ୍ବଲପୁର ରେଳ ଷ୍ଟେସନ୍ରେ ଅଟକାଇ ଯାଞ୍ଚ କରିଥିଲେ। ଶ୍ରୀଭୋଇଙ୍କ ନିକଟରୁ ୫ଲକ୍ଷ ଟଙ୍କା ନଗଦ ମିଳିଥିଲା। ଏହି ଟଙ୍କାର ସେ ଲାଞ୍ଚ ନେଇଥିବା ସନ୍ଦେହ କରାଯାଉଛି। ଭୁବନେଶ୍ବରର ରସୁଲଗଡ଼ ଠାରେ ଥିବା ପୁଲିସ କଲୋନୀର କ୍ବାଟର ନଂ ଭି/୧୬ ବାସଭବନରୁ ୫ଲକ୍ଷ ଟଙ୍କା ନଗଦ ମିଳିଥିବା ବେଳେ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ବିଡିଏ ହାଉସିଂ ବୋର୍ଡର ଏମ୍ଆଇଜି କଲୋନୀରେ ଥିବା ତାଙ୍କ ଭଉଣୀଙ୍କ ଘରୁ ୭୦ଟି ୫୦୦ଟଙ୍କିଆ ନୋଟ୍ ବିଡ଼ା ଜବତ ହୋଇଛି।
Powered by Froala Editor