ପର୍ବ ନାଁରେ ଅନ୍ଧବିଶ୍ୱାସ : ମଣିଷ ମାଂସ ଖାଇଥିବା ଅଭିଯୋଗରେ ୮ ଗିରଫ

ପର୍ବ ନାଁରେ ଏବେବି ଚାଲିଛି ଅନ୍ଧବିଶ୍ୱାସ । ଏମିତି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ତେନକାଶି ତହସିଲ୍ରେ ଥିବା କାଲୁରାମୀ ଗ୍ରାମରେ । ଶକ୍ତି ପୋଥି ସୁଦାଲଇ ମାଦାସ୍ୱାମୀ ମନ୍ଦିରେର ଏକ ବିଶେଷ ପୂଜା ସମୟରେ କିଛି ଲୋକ ମଣିଷ ମାଂସ ଖାଇଥିବା ଅଭିଯୋଗ ହୋଇଥିଲା । ଏହାର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏଥିରେ ପୂଜା କରୁଥିବା ବ୍ୟକ୍ତି ଏକ ମଣିଷ ଖପୁରୀ ଖଣ୍ଡା ଧରି ନାଚୁଥିବା ଦେଖିବା ପାଇଁ ମିଳୁଛି । କିଛି ଲୋକ ଖପୁରୀରେ ଲାଗିଥିବା ମାଂସ ଖାଇବା ପାଇଁ ଉଦ୍ୟମ କରୁଥିବା ଦେଖିବା ପାଇଁ ମିଳିଥିଲା। ଗ୍ରାମ ଅଧିକାରୀଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଥିଲା । ୮ ଜଣ ମଣିଷ ମାଂସ ଖାଇଥିବାର ପ୍ରମାଣ ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଛି । ଏହି ସମସ୍ତେ ସମିୟାଦି ଗୋଷ୍ଠୀର ହୋଇଥିବା ପୋଲିସ ସୂଚନା ଦେଇଛି । ପୋଲିସ ଶ୍ମଶାନରେ ଅନଧିକାର ଭାବେ ପ୍ରବେଶ କରିବା ଏବଂ ପ୍ରତିବନ୍ଧ ଲାଗିଥିବା ବେଆଇନ କାର୍ଯ୍ୟ କରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଏଥିରେ ଯେଉଁ ୮ ଜଣଙ୍କୁ ଗିରଫ କରିଛି ପୋଲିସ ସେମାନଙ୍କୁ ପଚରା ଉଚରା କରୁଛି । ସେମାନେ ଏହା ମଣିଷ ମାଂସ ବୋଲି ଜାଣି ନଥିବା କଥା କହିଛନ୍ତି । ସେଠାରେ ଗହଳି ହୋଇଥିବାରୁ ଏବଂ ସେମାନେ ଅନ୍ୟ ଅବସ୍ଥାରେ ଥିବାରୁ ଏହା କଅଣ ଜାଣି ନଥିବା କଥା କହିଛନ୍ତି ।
Powered by Froala Editor