ଗ୍ୟାସ୍ ଲିକ ହୋଇ ପୋଡିଗଲା ଦୁଇ ବଖରା ଘର
ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ତଣ୍ଡିପୁର ଗାଁରେ ଅଘଟଣ। ରୋଷେଇ କରୁଥିବା ବେଳେ ଗ୍ୟାସ ନିର୍ଗତ ହୋଇ ଦୁଇ ଘର ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗାଁର ରେଡିକା ସାହି ର ଶ୍ରୀମତୀ ଗାଙ୍ଗାମା ଘରେ ରୋଷେଇ କରୁଥିବାବେଳେ ଗ୍ୟାସ୍ ଲିକ୍ ହୋଇଥିଲା। ଫଳରେ ଗାଙ୍ଗାମା ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ନିଆଁ ଲାଗି ଗାଙ୍ଗାମାଙ୍କ ଦୁଇଟି ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
Powered by Froala Editor