୨୨ ଜିଲ୍ଲାରେ ବଢିଲା ସଂକ୍ରମଣ ହାର, ସତର୍କବାଣୀ ଶୁଣାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଦେଶରେ କରୋନା ସଂକ୍ରମଣ ହାର ଆୟତ୍ତକୁ ଆସିଥିଲେ ମଧ୍ୟ କିଛି ଅଞ୍ଚଳରେ ଏହାର ସ୍ଥିତି ବିଗିଡିବାରେ ଲାଗିଛି । ଯାହା ଫଳରେ କରୋନା ଗ୍ରାଫ୍ ଉପର ମୁହାଁ ହେବାରେ ଲାଗିଛି । ଦେଶରେ ୨୨ ଜିଲ୍ଲାର କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ ପ୍ରେସ୍ କନ୍ -ଫରେନ୍ସରେ ସୂଚନା ଦେଇ ପୁଣି ସତର୍କ ରହିବାକୁ କହିଛନ୍ତିି ।
ଲବ ଅଗ୍ରୱାଲ କହିଛନ୍ତି ଯେ, ଦେଶର ୫୪ ଜିଲ୍ଲାରେ ପଜିଟିଭ କେସ୍ ୧୦ ପ୍ରତିଶତ ଉପରେ ରହିଛି । ସେପଟେ ବିଶ୍ୱରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ତେଣୁ କୋଭିଡ୍ ଳଢେଇରେ ଭାରତ ପଛରେ ପଡ଼ିବ ନାହିଁ । ଆହୁରି ସତର୍କ ହେବାକୁ ପଡ଼ିବ । କାରଣ ତୃ୍ତୀୟ ଲହର ବେଶି ପ୍ରଭାବଶାଳୀ ବୋଲି ଗବେଷକମାନେ ସତର୍କ କରାଇଛନ୍ତି ।ସେଥିପାଇଁ ସଂକ୍ରମଣ ବୃଦ୍ଧି ପାଉଥିବା ଅଞ୍ଚଳରେ ଟେଷ୍ଟିଂ ଏବଂ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ଦେଶରେ ୪୪ କୋଟିରୁ ଅଧିକ ଟିକା ଦିଆସାରିଲାଣି । ଦେଶରେ ଏବେ ସୁସ୍ଥ ହାର ୯୭.୪ ପ୍ରତିଶତ ରହିଥିବାବେଳେ ଗତ ସପ୍ତାହରେ ୭ ରାଜ୍ୟରେ ୨୪,୬୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ପୂର୍ବ ସପ୍ତାହର୨୧,୨୦୦ ସଂକ୍ରମିତଙ୍କଠାରୁ ଅଧିକ । ଲଗାତାର ତୃତୀୟ ସପ୍ତାହ ପାଇଁ କିଛି ଜିଲ୍ଲାରେ ସଂକ୍ରମଣ ହାର ବଢିଛି । ଯାହାକି ଚିନ୍ତାର ବିଷୟ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଗତ ୩ ସପ୍ତାହ ମଧ୍ୟରେ ସଂକ୍ରମଣ ହାର ଯଥାକ୍ରମେ ୧୭.୩%, ୧୫%, ୧୬.୨% ବୃଦ୍ଧି ରେକର୍ଡ କରାଯାଇଛି ।
Powered by Froala Editor