ଭୟାବହ ଅଗ୍ନିକାଣ୍ଡ,ଟାୟାର ଦୋକାନ ସହ ଦୁଇ ଛୋଟ ଦୋକାନ ପୋଡି ପାଉଁଶ
ବଲାଙ୍ଗିର: ବଲାଙ୍ଗିର ସହର ସାଗରପଡା ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଉପ ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ଗୋଟିଏ ଟାୟାର ଦୋକାନ ସହିତ ଦୁଇଟି ଛୋଟ ଦୋକାନ ଜଳି ପାଉଁଶ ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଆଜି ସକାଳୁ ସକାଳୁ ଏଭଳି ଅଘଟଣ ଘଟିଛି। ସ୍ଥାନୀୟ ଲୋକେ ଖବର ଦେବା ପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । କେହି ଦୃର୍ବୃତ୍ତ ନିଆଁ ଲଗାଇଥିବା କ୍ଷତିଗ୍ରସ୍ତ ଉଠା ଦୋକାନୀ ବାସୁ ମେହେର ଓ ଟାୟାର ରିସୋଲିଂ ଦୋକାନୀ ସନ୍ତୋଷ କୁମାର ଅଭିଯୋଗ କରିଛନ୍ତି। ଅଗ୍ନିକାଣ୍ଡରେ ଜଳି ଯାଇଥିବା ଦୁଇଟି ଉଠା ଦୋକାନ ମଧ୍ୟରୁ ଗୋଟିଏ ସାଇକଲ ମରାମତି ଦୋକାନ ହୋଇଥିବାବେଳେ ଅନ୍ୟ ଦୋକାନରେ ବେଆଇନ ଭାବେ ପାଉଚ୍ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସହାୟତା ଯୋଗାଇଦେବାକୁ କ୍ଷତିଗ୍ରସ୍ତ ସାଇକଲ ଦୋକାନୀ ବାସୁ ମେହର ଦାବି କରିଛନ୍ତି ।
Powered by Froala Editor