ମହାପ୍ରଭୁଙ୍କୁ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ
ପୁରୀ : ପୁରୀରେ ମହାପ୍ରଭୁଙ୍କୁ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ଦର୍ଶନ କରିଛନ୍ତି। ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ସେ ଶ୍ରୀମନ୍ଦିରରେ ବିତାଇଥିଲେ। ମହାପ୍ରଭୁ, ମା’ଲକ୍ଷ୍ମୀ, ବିମଳାଙ୍କ ମନ୍ଦିର ବୁଲି ଦେଖିବା ସହ କୋଇଲି ବୈକୁଣ୍ଠ ଓ ରୋଷଶାଳା ମଧ୍ୟ ବୁଲି ଦେଖିଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ସେ କହିଛନ୍ତି, ପୁରୀ ଆସିଲେ ଶାନ୍ତି ମିଳେ।
୩ ଦିନିଆ ଓଡିଶା ଗସ୍ତରେ ଆସିଥିବା ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସକାଳୁ ସପରିବାର ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ଏସପି ପ୍ରତୀକ ସିଂ ତାଙ୍କୁ ସ୍ୱାଗତ କରି ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ।
Powered by Froala Editor