ବୀର ଯୋଦ୍ଧାଙ୍କ ପାଇଁ ରେଳବାଇର ବଡ଼ ଘୋଷଣା
ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ଏଣିକି ସାହସିକତା ପୁରସ୍କାର ବିଜେତାଙ୍କୁ ଆଉ କାଟିବାକୁ ପଡ଼ିବନି ଟ୍ରେନ୍ ଟିକେଟ୍। ସେନା, ନୌସେନା କିମ୍ବା ବାୟୁସେନା ମେଡାଲ୍ ପାଇଥିବା ବୀର ଏବଂ ସେମାନଙ୍କ ପରିବାର ପାଇଁ ହୋଇଛି ଏହି ବଡ଼ ଘୋଷଣା।
ଭାରତୀୟ ରେଲୱେ ଦେୟମୁକ୍ତ ଯାତ୍ରା ସୁବିଧା ଯୋଗାଇବାକୁ ରେଳ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ପ୍ରଥମ ଶ୍ରେଣୀ/2 AC/AC ଚେୟାର୍ରେ ଆଜୀବନ ମାଗଣା ଯାତ୍ରା କରିପାରିବେ। ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସହିତ ଜଣେ ସହଯାତ୍ରୀ ମଧ୍ୟ ତାଙ୍କ ସହ ଯାତ୍ରା କରିପାରିବେ। ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ବିଧବା ପତ୍ନୀ ଯଦି ପୁନଃବିବାହ କରି ନ ଥାନ୍ତି ତେବେ ସେମାନେ ମଧ୍ୟ ଏହି ସୁବିଧା ପାଇବେ। ସେହିପରି ଅବିବାହିତଙ୍କ ମୃତ୍ୟୁ-ପରବର୍ତ୍ତୀ ପୁରସ୍କାର ପ୍ରାପ୍ତଙ୍କ ମାତାପିତା ମଧ୍ୟ ସୁବିଧା ପାଇବେ।
ଏପରି ପଦକ୍ଷେପ ସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରର ମନୋବଳକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ ଏହା ଯୁବପିଢ଼ିଙ୍କୁ ସଶସ୍ତ୍ର ବାହିନୀରେ ଯୋଗଦେବା ଏବଂ ସେମାନଙ୍କ ଦେଶ ସେବା କରିବାକୁ ପ୍ରେରଣା ଦେବ।
Powered by Froala Editor