୪ ଦଫା ଦାବି ନେଇ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ
ମାଲକାନଗିରି: ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ । ୪ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି।
ମଣ୍ଡିରୁ ଧାନ ଉଠାଇବା, ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ, ଜିଲ୍ଲାକୁ ପର୍ଯ୍ୟାପ୍ତ ପେଟ୍ରୋଲ୍, ଗ୍ୟାସ ସିଲିଣ୍ଡର ଯୋଗାଣ, ଖାଲି ବସ୍ତା ବାବଦକୁ ଚାଷୀଙ୍କୁ ବକେୟା ୩ ବର୍ଷର ଟଙ୍କା ଯୋଗାଣ ନେଇ ଦାବି କରାଯାଇଛି। ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଆହ୍ଵାନ କ୍ରମେ କାଲିମେଳା ବ୍ଲକ କଂଗ୍ରେସ ସଭାପତି ଅଶୋକ ମଣ୍ଡଳଙ୍କ ନେତୃତରେ ବରିଷ୍ଠ କଂଗ୍ରେସ ନେତା ମାଲା ମାଢ଼ି, ଲ୍ୟାମ୍ପ ସଭାପତି ବୁଦ୍ରା କବାସିଙ୍କ ସମେତ ବହୁ ନେତା ଓ କର୍ମୀ କାଲିମେଳା ମୁଖ୍ୟ ଛକଠାରେ ଜାତୀୟ ରାଜପଥ ଉପରେ ବ୍ୟାରିକେଡ ଦେଇ ରାସ୍ତା ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ କରୁଥିବା ଦେଖିବାକୁ ମିଳିଛି।
Powered by Froala Editor