ହରିଶଙ୍କ ୧୩ ବର୍ଷର ସଂଘର୍ଷକୁ ନେଇ ତିଆରି ହେବ ଫିଲ୍ମ !
ବଡ଼ ପରଦାରେ ଆସିବ ହରିଶ ରାଣାଙ୍କ କାହାଣୀ । ହରିଶ ରାଣାଙ୍କ କାହାଣୀ ଏପରି ଏକ ଉଦାହରଣ: ଯେଉଁଠି ୧୩ ବର୍ଷର ଯନ୍ତ୍ରଣା, ଏକ ପରିବାରର ଅପେକ୍ଷା ଏବଂ ଆଶାର ଶେଷ କିରଣ ସବୁକିଛି ଗୋଟିଏ ସମୟରେ ଚାଲିଥିଲା।
ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ, ହରିଶ ରାଣାଙ୍କୁ ଦିଲ୍ଲୀ ଏମ୍ସର ପାଲିଏଟିଭ୍ କେୟାର ୱାର୍ଡରେ ରଖାଯାଇଛି। ତାଙ୍କ ଯନ୍ତ୍ରଣାକୁ ଧୀରେ ଧୀରେ କମ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରକ୍ରିୟା ଚାଲିଛି। ତାଙ୍କୁ ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଲାଇଫ-ସପୋର୍ଟିଙ୍ଗ ଉପକରଣରୁ ବାହାର କରି ସାମାନ୍ୟ ବେଡ୍କୁ ସ୍ଥାନାନ୍ତର କରାଯାଇଛି। ମୁମ୍ବାଇର ଜଣେ ଲେଖକ-ପ୍ରଯୋଜକ ହରିଶ ରାଣାଙ୍କ ଉପରେ ଆଧାରିତ ଏକ ଫିଲ୍ମ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ହରିଶଙ୍କ ଓକିଲ ମନୀଷ ଜୈନଙ୍କ ସହ ଏ ବିଷୟରେ କଥା ହୋଇଛନ୍ତି। ତେବେ, ମାମଲାର ସମ୍ବେଦନଶୀଳତାକୁ ଦେଖି ଆହୁରି କିଛି ଦିନ ଅପେକ୍ଷା କରିବାକୁ କୁହାଯାଇଛି।
୨୦୧୦ ମସିହାରେ ହରିଶ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ସିଭିଲ୍ ଇଞ୍ଜିନିୟରିଂରେ ନାଁ ଲେଖାଇଥିଲେ। ଏକ ଦୁର୍ଘଟଣା ସବୁକିଛି ବଦଳାଇ ଦେଲା। ରକ୍ଷାବନ୍ଧନ ଦିନ ତାଙ୍କ ଭଉଣୀଙ୍କ ସହ କଥାବାର୍ତ୍ତା ହେଉଥିବା ସମୟରେ, ସେ ତାଙ୍କ ପିଜିର ଚତୁର୍ଥ ମହଲାରୁ ଖସି ପଡ଼ିଲେ। ପରବର୍ତ୍ତୀ ସମୟରେ ଡାକ୍ତରମାନେ ତାଙ୍କ ଠାରେ କ୍ୱାଡ୍ରିପ୍ଲେଜିଆ ରୋଗ ଚିହ୍ନଟ କରିଥିଲେ, ଯେଉଁଥିରେ ତାଙ୍କର ଚାରିଟି ଅଙ୍ଗ କାମ କରୁ ନଥିଲା।
Powered by Froala Editor