ରଡ୍ ଚୋରି ପାଇଁ ୪ ମାସ ବେଡ଼ି
ସଭ୍ୟ ସମାଜରେ ଏଭଳି ମାନସିକତା ଚିନ୍ତା କଲେ ନିଶ୍ଚିନ୍ତ ଖରାପ ଲାଗି । ସାମାନ୍ୟ ରଡ୍ ଚୋରିକୁ ନେଇ ନିଜ ଘରେ ୪ ମାସ ହେବ ବେଡିରେ ବନ୍ଧା ହୋଇଛନ୍ତି କ୍ଷୀରୋଦ । ଏ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପୁରୁଣାଘାଟିର । ଗ୍ରାମର ହରିହର ପ୍ରଧାନଙ୍କ ପୁଅ କ୍ଷୀରୋଦ ପଡୋଶୀଙ୍କ ଘରୁ ଷ୍ଟିଲ ରଡ ଚୋରି କରିଥିଲା ବୋଲି ତାଙ୍କୁ ଏଭଳି ଶାସ୍ତି ମିଳିଥିବା କୁହାଯାଉଛି।
ସୂଚନା ଅନୁଯାୟୀ, କ୍ଷୀରୋଦ ସ୍ତ୍ରୀଙ୍କ ସହିତ ତେଲକୋଇ ଅଞ୍ଚଳରେ ରହିଆସୁଥିବାବେଳେ ତାଙ୍କର ୩ ପିଲା ଅଛନ୍ତି । ପିଲାମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବାବେଳେ କିଛି ଦିନ ତଳେ କ୍ଷୀରୋଦ ତାଙ୍କ ପୈତୃକ ଗ୍ରାମ ପୁରୁଣାଘାଟିକୁ ଏକାକୀ ଆସିଥିଲେ । ଗ୍ରାମର ଶିବ ରାଜ ନାମକ ବ୍ୟକ୍ତି ନିକଟରେ କାର୍ଯ୍ୟରତ କେନାଲ ନିର୍ମାଣ ସଂସ୍ଥାରେ ଚାକିରି କରିଥିଲେ । ସେ ତାଙ୍କ ଘରେ କିଛି ବିଡା ଷ୍ଟିଲ୍ ରଡ୍ ରଖିଥିଲେ । କ୍ଷୀରୋଦ ଏହି ଷ୍ଟିଲ୍ ରଡ୍ ଚୋରାଇ ଆଣିଲେ ବୋଲି ତାଙ୍କୁ ଏଭଳି ଦଣ୍ଡ ଦିଆଯାଇଛି । ଶିବ ରାଜ ତାଙ୍କ ଭାଇ ଅନିଲ ଏବଂ ସେମାନଙ୍କ ସହିତ ଖୋଦ୍ କ୍ଷୀରୋଦଙ୍କ ସାନଭାଇ ମନୋଜ ମିଳିମିଶି କ୍ଷୀରୋଦଙ୍କ ଗୋଡ଼ ହାତରେ ବେଡି ପକାଇ ଘରେ ରଖିଥିଲେ । ଖାଇବାକୁ ମଧ୍ୟ ଠିକ୍ରେ ଦିଆଯାଉନଥିବା ବେଳେ ଜୀବନରୁ ମାରିଦେବାକୁ ଧମକ ଦେଇଆସୁଥିଲେ ।
ଏମିତି ଦୀର୍ଘ ୪ ମାସ ହେବ ତାକୁ ଗୋଟିଏ ଘରେ ହାତ ଓ ଗୋଡ଼ରେ ବେଡି ପକାଯାଇ ରଖା ଯାଇଛି । ଏପରିକି ନିୟମିତ ଖାଇବାକୁ ଦିଆନଯାଇ ୪ ଦିନରେ ଥରେ ଖାଇବାକୁ ଦିଆଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷୀରୋଦଙ୍କୁ ଉଦ୍ଧାର କରିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷୀରୋଦଙ୍କୁ ଉଦ୍ଧାର କରିଥିବାବେଳେ କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଆରମ୍ଭ କରିଛି ।
Powered by Froala Editor