ବାସନ ମାଜିଲାନି ବୋଲି ପୁଲିସ ଡାକିଲା ସ୍ତ୍ରୀ
ଉତ୍ତରପ୍ରଦେଶ ସୋନହା ଅଞ୍ଚଳରେ ବାସନ ମଜାକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବିବାଦ ଏତେ ବଢିଥିଲା କି ପୁଲିସ୍କୁ ମାମଲାର ସମାଧାନ କରିବାକୁ ପଡିଥିଲା । ଜଣେ ମହିଳା ସନ୍ଧ୍ୟାରେ ରାତ୍ରୀ ଭୋଜନ କରିବାକୁ ତାଙ୍କ ରୋଷେଇ ଘରେ ପ୍ରବେଶ କରିଥିଲେ । ସେତେବେଳେ ସିଙ୍କରେ ବାସନ ପଡ଼ିଥିବା ଦେଖି ସେ ତାଙ୍କ ସ୍ୱାମୀଙ୍କ ଉପରେ ରାଗି ଯାଇଥିଲେ। ସେ ତାଙ୍କ ସ୍ୱାମୀଙ୍କ ସହିତ ଝଗଡ଼ା କରିବାକୁ ଲାଗିଲେ । କଥା ଏତେ ବଢ଼ିଗଲା ଯେ ସ୍ତ୍ରୀ ପୁଲିସକୁ ଫୋନ୍ କଲେ । ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଲା ।
ମହିଳାଙ୍କୁ ଝଗଡ଼ାର କାରଣ ପଚାରିବାରୁ ସେ କହିଥିଲେ, ମୋ ସ୍ବାମୀ ବାସନ ଧୋଇ ନ ଥିଲେ। ମୁଁ ତାଙ୍କୁ ପଚାରିବାରୁ ସେ ମୋ ସହିତ ଝଗଡ଼ା କରିବାକୁ ଲାଗିଲେ। ଏହି ଅଜବ ଘଟଣା ବିଷୟରେ ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଦମ୍ପତିଙ୍କୁ ବୁଝାଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସୋନହା ପୁଲିସ ଷ୍ଟେଶନର କ୍ଷେତ୍ରାଧିକାର ଅନ୍ତର୍ଗତ ଏକ ଗାଁରେ ଏହି ଅସାଧାରଣ ଘଟଣା ଘଟିଛି।
ପୁଲିସ ପହଞ୍ଚିବା ପରେ ଦମ୍ପତିଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେଉଥିବାର ଦେଖିଥିଲା। ପୁଲିସ ସ୍ବାମୀଙ୍କୁ ପଚରାବାରୁ ସେ ନୀରବ ରହିଥିଲେ। ସ୍ତ୍ରୀ ପୁଲିସକୁ ସବୁ କଥା ବଖାଣିଥିଲେ। ଫଳସ୍ବରୂପ ପୁଲିସ ଦମ୍ପତିଙ୍କ ବୁଝାଇଥିଲେ। ଦମ୍ପତି ଦୁଇ ବର୍ଷ ହେବ ବିବାହ କରିଛନ୍ତି। ସେମାନଙ୍କର କୌଣସି ସନ୍ତାନ ନାହିଁ।
Powered by Froala Editor