ବ୍ଲାଉଜ୍ ପାଇଁ ପିଟାପିଟି, ଠେଙ୍ଗାରେ ଆକ୍ରମଣ
ଆନ୍ଧ୍ରପ୍ରଦେଶର ଅନନନ୍ତପୁର ଜିଲ୍ଲାରୁ ସାମାନ୍ୟ ବ୍ଲାଉଜ୍ ପାଇଁ ଦୁଇ ପଡୋଶୀ ଠେଙ୍ଗାରେ ଆକ୍ରମଣ ଭଳି ଖବର ସାମ୍ନାକୁ ଆସିଛି । ଏହି ଝଗଡ଼ାରେ ଦୁଇଜଣ ଗୁରୁତର ଆହତ ହୋଇଥିବାବେଳେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୁଲିସ ଦୁଇ ପଡୋଶୀଙ୍କ ପରିବାରକୁ ଅଟକ ରଖିଥିବାବେଳେ ସେମାନଙ୍କୁ ପଚରାଉଚରା କରୁଛି । ସେପଟେ ସ୍ଥାନୀୟ ଲୋକେ କହିଛନ୍ତି କି, ପବନରେ ତାଙ୍କ ବ୍ଲାଉଜ ଉଡ଼ି ପଡୋଶୀଙ୍କ ଘରେ ପଡ଼ିଥିଲା । ଛୋଟ କଥାରୁ ବଡ଼ ଝଗଡ଼ା ହେଲା ।
ଖବର ଅନୁସାରେ ସୁକୁଲାମ୍ମା ନାମକ ଜଣେ ମହିଳା ବଜାରରୁ ୪ଟି ନୂଆ ବ୍ଲାଉଜ କିଣିଥିଲେ । ଏହା ସଫା କରି ସୁଖାଇଥିଲେ । ମାତ୍ର ଯେତେବେଳେ ନେବାକୁ ଆସିଥିଲେ ପାଇନଥିଲେ ।ଖୋଜାଖୋଜି କରିବା ପରେ ଦୁଇ ପଡୋଶୀଙ୍କ ଘରେ ଦୁଇ ଦୁଇଟି ବ୍ଲାଉଜ ଥିବା ପାଇଥିଲେ । ତେବେ ସେମାନେ ମନା କରିଥିଲେ ଆଉ କହିଥିଲେ ଏହା ଆମର। ଏହି ଛୋଟ କଥାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଉଭୟ ପକ୍ଷର ପୁରୁଷମାନେ ହସ୍ତକ୍ଷେପ କରିଥିଲେ । ଝଗଡ଼ା ବଢ଼ିବା ସହ ଠେଙ୍ଗାରେ ଆକ୍ରମଣ ମଧ୍ୟ କରିଥିଲେ ।
ଦୁଇ ପଡ଼ୋଶୀ ମିଶି ସୁକୁଲାମ୍ମାଙ୍କ ଭାଇ ଏବଂ ସ୍ବାମୀଙ୍କୁ ଆକ୍ରମଣ କରିଥିଲେ । ଠୋଙ୍ଗା ଏବଂ ଲୁହା ରଡରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ ।
Powered by Froala Editor