ଲିଫ୍ଟରୁ ଖସି ଶ୍ରମିକ ମୃତ
ଧର୍ମଗଡ : ନିର୍ମାଣ ଚାଲିଥିଲା ଶିଳ୍ପ ତାଲିମ କେନ୍ଦ୍ର କୋଠା , ହଠାତ୍ ଖସିପଡିଲେ ଶ୍ରମିକ। ଆଜି ଧର୍ମଗଡ଼ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ମୃତ ଶ୍ରମିକ ବଡଘୁମର ଗାଁର ରାଜେନ୍ଦ୍ର ଗୋପାଳ (୩୫) । ସବୁ ଦିନ ଭଳି ଆଜି ରାଜେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ହରଜୁକ୍ତା ଏହି ପ୍ରତିଷ୍ଠାନକୁ କାମ କରିବାକୁ ଯାଇଥିଲେ। ଉଭୟ ଲିଫ୍ଟ କାମ କରୁଥିବାବେଳେ ହଠାତ୍ ଦୁଇ ମହଲା ଉପରୁ ତଳକୁ ଖସି ପଡ଼ିଥିଲେ।
ସାଥୀ ଶ୍ରମିକ ଓ ନିର୍ମାଣ ସଂସ୍ଥାର କିଛି କର୍ମଚାରୀ ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor