ଏଲପିଜି ଗ୍ୟାସ୍ ବୁକିଂ ନାଁରେ ହେଉଛି ଏମିତି ଠକେଇ
ନୂଆଦିଲ୍ଲୀ: କେରଳ ପୁଲିସ୍ ଏଲପିଜି ଗ୍ୟାସ୍ ବୁକିଂ ନାଁରେ ଏକ ସାଂଘାତିକ ଠକେଇ ସମ୍ପର୍କରେ ଦେଶବ୍ୟାପୀ ସତର୍କତା ଜାରି କରିଛି। ଏହି ଠକେଇ ସେମାନେ ଅତ୍ୟନ୍ତ ଚତୁରତାର ସହ କରିଥାନ୍ତି। ପ୍ରଥମେ ଆପଣଙ୍କ ଫୋନକୁ ଏକ ଏସଏମଏସ୍ ଆସିଥାଏ। ଯେଉଁଥିରେ ଲେଖାଥାଏ ଆପଣଙ୍କର ଗ୍ୟାସ ସଂଯୋଗ କାଟି ଦିଆଯିବ କିମ୍ବା ଆପଣଙ୍କର ସବସିଡି ବନ୍ଦ କରିଦିଆଯିବ। ଯେତେବେଳେ ଆପଣ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତି, ଠକମାନେ ଆପଣଙ୍କୁ ‘ଗ୍ୟାସ୍ ବିଲ୍ ଅପଡେଟ୍.ଏପିକେ’ ଭଳି ଏକ ଫାଇଲ୍ ଡାଉନଲୋଡ୍ କରିବାକୁ କୁହନ୍ତି। ଡାଉନଲୋଡ୍ ହେବା ପରେ ଠକ ମାନେ ଆପଣଙ୍କ ଫୋନର ସବୁକିଛି ତଥ୍ୟ ହାସଲ କରିଥାନ୍ତି। ଏବଂ ଆପଣଙ୍କ ଅଜାଣତରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନିଅନ୍ତି।
Powered by Froala Editor