ପିଲାଙ୍କୁ ପିନ୍ଧାନ୍ତୁ ଏହି ରୁଦ୍ରାକ୍ଷ, ବଢିବ ବିଦ୍ୟା ଅର୍ଜନ କ୍ଷମତା
ରୁଦ୍ରାକ୍ଷ ଅନେକ ଆଧ୍ୟାତ୍ମିକ ଓ ଇଶ୍ୱରୀୟ ଶକ୍ତିରେ ପରିପୂର୍ଣ୍ଣ । ବିଶ୍ୱାସ କରାଯାଏଯେ, ଏହା ଭଗବାନ ଶିବଙ୍କ ଲୁହରୁ ଉପôନ୍ନ ହୋଇଥିଲା । ବିଜ୍ଞାନ ଅନୁସାରେ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ତେବେ ଅନେକ ପ୍ରକାର ରୁଦ୍ରାକ୍ଷ ରହିଛି ଓ ସବୁର ଭିନ୍ନ ଭିନ୍ନ ମହ ୍ୱ ରହିଛି । ଏଥିମଧ୍ୟରୁ ଛାତ୍ରମାନଙ୍କ ପାଇଁ ଚାରିମୁଖୀ ରୁଦ୍ରାକ୍ଷ ସର୍ବୋତମ ରୁଦ୍ରାକ୍ଷ ଭାବେ ବିବେଚନା କରାଯାଏ । ଏହି ରୁଦ୍ରାକ୍ଷର ଶାସକ ଭଗବାନ ବ୍ରହ୍ମା ଓ ଦେବୀ ସରସ୍ୱତୀ ବୋଲି ବିବେଚନା କରାଯାଏ । ବ୍ରହ୍ମା ସୃଜନଶୀଳତାର କାରକ ଓ ସରସ୍ୱତୀ ମା’ ଜ୍ଞାନର ଦେବୀ । ତେଣୁ ଏହି ଚାରିମୁଖୀ ରୁଦ୍ରାକ୍ଷ ପିଲାମାନଙ୍କୁ ପିନ୍ଧାଇଲେ ଏକାଗ୍ରତା ବଢିବା ସହିତ ପଢିବା ଲେଖିବାକୁ ମଧ୍ୟ ଆଗ୍ରହ ହୋଇଥାଏ ଓ ପାଠ ଅଧିକ ସମୟ ମନେ ରହିଥାଏ । ସେଥପାଇଁ ଏହି ରୁଦ୍ରାକ୍ଷ ପରୀକ୍ଷାରେ ସଫଳତା ପାଇଁ ଜରୁରୀ ବୋଲି ବିବେଚନା କରାଯାଏ । ଯେଉଁମାନେ ଆଧ୍ୟତ୍ମିକ ପଥରେ ଅଛନ୍ତି ଏହି ରୁଦ୍ରାକ୍ଷ ସେମାନଙ୍କ ଧ୍ୟାନକୁ ଦୃଢ କରିବା ସହିତ ଇନ୍ଦ୍ରିୟ ଗୁଡିକ ଜାଗ୍ରତ କରେ ଓ ଜୀବନର ଉଦେ୍ଧଶ୍ୟ ବିଷୟରେ ଜଣାଇଥାଏ । ଏହି ରୁଦ୍ରାକ୍ଷ ବୃଷ, ମିଥୁନ, କନ୍ୟା, ତୁଳା, ବିଛା ଓ କୁମ୍ଭ ରାଶି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯେଉଁମାନେ ରିସର୍ଚ୍ଚ କରୁଛନ୍ତି , ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଜଡିତ ଅଛନ୍ତି, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କେତେବେଳେ ପିନ୍ଧିବେ : ଚାରିମୁଖୀ ରୁଦ୍ରାକ୍ଷ ସୋମବାର ସକାଳେ ଗାଧୋଇବା ପରେ ଉତର ଦିଗକୁ ଯାଇ ଗଙ୍ଗାଜଳ, ଗାଈ କ୍ଷୀର ସହିତ ଧୋଇ, ଭଗବାନ ଶିବଙ୍କୁ ଧ୍ୟାନ କରି ଓମ ହରି ଓମ ନାମକୁ ୧୦୮ ଥର ଜପ କରି ପିନ୍ଧିବା ଆବଶ୍ୟକ ।
Powered by Froala Editor