ଧର୍ମେନ୍ଦ୍ର ପ୍ରଧାନ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ

ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଏସ ୟେଦୁରପ୍ପା ଇସ୍ତଫା ଦେଇଛନ୍ତି । ଏବେ ପରବର୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଅଙ୍କକଷା ଆରମ୍ଭ ହୋଇଛି । କର୍ଣ୍ଣାଟକର ପରବର୍ତୀ ମୁଖ୍ୟମନ୍ତ୍ରୀ ଭାବେ କାହାକୁ ଦାୟିତ୍ୱ ଦେଲେ ଭଲ ହେବ ସେନେଇ ଅଙ୍କ କଷିବାକୁ ନୂଆଦିଲ୍ଲୀରୁ ବାଙ୍ଗାଲୋର ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି । ଧର୍ମେନ୍ଦ୍ରଙ୍କ ସହ ବରିଷ୍ଠ ନେତା ଅରୁଣ ସିଂହ ମଧ୍ୟ ବାଙ୍ଗାଲୋର ଯିବେ ।
ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ସେମାନେ ଆଲୋଚନା କରିବେ । ଆଲୋଚନା କରିବା ପରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ । ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନଙ୍କ ସହ ମତାମତ ନିଆଯିବ ବୋଲି ଜଣାପଡ଼ିଛି । ସମ୍ପ୍ରତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ୩ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଖଣି ମନ୍ତ୍ରୀ ମୁରୁଗେଶ ନିରାନୀ ଓ ଗୃହମନ୍ତ୍ରୀ ବାସବରାଜଙ୍କ ନାମ ଚର୍ଚ୍ଚାରେ ରହିଛି ।
Powered by Froala Editor