ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ବାୟୁସେନାର ହେଲିକପ୍ଟର ମୁତୟନ
ଇଟାନଗର: ଅରୁଣାଚଳ ପ୍ରଦେଶର ପାସିଘାଟ ଅନ୍ତର୍ଗତ ମେବୋ ଏବଂ ସିଗାର ଅଞ୍ଚଳରେ ଲାଗିଥିବା ଭୟଙ୍କର ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ବଡ଼ ଧରଣର ଅଭିଯାନ ଆରମ୍ଭ କରାଯାଇଛି। ନିଆଁ ନିକଟସ୍ଥ ଜନବସତିକୁ ବ୍ୟାପିବା ପୂର୍ବରୁ ବାୟୁସେନା ପକ୍ଷରୁ ଏହାକୁ ଆୟତ୍ତ କରାଯାଇଛି। ବାୟୁସେନାର ଏକ ଏମଆଇ-୧୭ ଭି୫ ହେଲିକପ୍ଟର ବନାଗ୍ନି ଉପରେ ପ୍ରାୟ ୬୬,୦୦୦ ଲିଟର ଜଳ ବର୍ଷା କରିଛି।
ବାୟୁସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଲେଖିଛି, ଅରୁଣାଚଳ ପ୍ରଦେଶରେ ବାୟୁସେନା ନିଜର ତ୍ୱରିତ ପ୍ରତିକ୍ରିୟା ଏବଂ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଛି। ପାସିଘାଟର ମେବୋ ଓ ସିଗାର ଅଞ୍ଚଳରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଏମଆଇ-୧୭ ଭି୫ ହେଲିକପ୍ଟର ବ୍ୟବହାର କରି ୬୬,୦୦୦ ଲିଟର ପାଣି ପକାଇଛି।
Powered by Froala Editor