ପୃଥ୍ୱୀ ଶ’-ଆକୃତିଙ୍କ ନିର୍ବନ୍ଧ ଫଟୋ ସେୟାର
ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ ଏବଂ ଗାର୍ଲଫ୍ରେଣ୍ଡ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର ଆକୃତି ଅଗ୍ରୱାଲଙ୍କ ନିର୍ବନ୍ଧ ସଂପନ୍ନ ହୋଇଛି । ଇନ୍ଷ୍ଟା ଆକାଉଣ୍ଟରେ ପୃଥ୍ୱୀ ରବିବାର ଏହି ସୂଚନା ଦେଇଛନ୍ତି । ସେଥିରେ ସେ ନିର୍ବନ୍ଧର କିଛି ଫଟୋ ସେୟାର କରିଛନ୍ତି। କ୍ୟାପସନ୍ରେ ସେ ଆକୃତିଙ୍କୁ ତାଙ୍କର ‘ପରଫେକ୍ଟ ଇନିଂସ’ ବୋଲି ଲେଖିଛନ୍ତି । ନିର୍ବନ୍ଧ ଅବସରରେ ପୃଥ୍ୱୀ ଏକ ଧଳା ରଙ୍ଗର ଶେରୱାନି ପିନ୍ଧିଥିଲେ । ଆକୃତିଙ୍କୁ ଲାଲ୍ ଏବଂ ସୁନେଲି ରଙ୍ଗର ସୁନ୍ଦର ଲେହଙ୍ଗା ପିନ୍ଧିଥିଲେ । ଫଟୋରେ ସେ ଆଣ୍ଠେଇ ପଡ଼ି ଆକୃତିଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଉଥିବା ଦେଖିବାକୁ ମିଳିଛି।
ପୃଥ୍ୱୀଙ୍କର ସେହି ପୋଷ୍ଟ ପରେ ଷ୍ଟେବିନ୍ ବେନ୍, ଅଭିନେତା ସିଦ୍ଧାନ୍ତ କପୁରଙ୍କ ଭଳି ସେଲିବ୍ରିଟି ଏବଂ ପ୍ରଶଂସକମାନେ ସୋସିଆଲ୍ ମିଡିଆରେ ଦମ୍ପତିଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ଏହା ପୂର୍ବରୁ ପୃଥ୍ୱୀ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଅର୍ଜୁନ ତେନ୍ଦୁଲକରଙ୍କ ବିବାହରେ ଦେଖିବାକୁ ମିଳିଥିଲା।
Powered by Froala Editor