ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ ପରେ ହତ୍ୟା
ଭଦ୍ରକ : ଫାଇନାଲ କ୍ରିକେଟ ମ୍ୟାଚ୍ ଦେଖିବାବେଳେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା । ସଙ୍ଗବଦ୍ଧ ଭାବେ ୪ରୁ ଅଧିକ ଲୋକ ସର୍ବସାଧାରଣ ସ୍ଥାନ ରେ ହତ୍ୟା କରିଥିବା ତଦନ୍ତରୁ ଜଣାପଡିଛି । ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଗୁଣ୍ଠୁନିଆଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଚରମ୍ପା ବରାଳ ପୋଖରୀ ରେଳବାଇ କଲୋନୀର ଶ୍ରୀ କୁମାର ସ୍ବାମୀ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ କୁମାର ରବିବାର ଘରେ ବସି କ୍ରିକେଟ ଫାଇନାଲ ମ୍ୟାଚ ଦେଖୁଥିଲେ । ତାଙ୍କୁ ଫୋନ ଆସିବା ପରେ ସେ ଘରୁ ବାହାରି ଗୁଣ୍ଠୁଣିଆ ବଜାର ଯାଇଥିଲେ । ସେଠାରେ ପ୍ରାୟ ୫ ଜଣ ଯୁବକ ମିଳିତ ଭାବେ ଧାରୁଆ ଅସ୍ତ୍ର ରେ ତାଙ୍କୁ ଆକ୍ରମଣ କରିଥିଲେ ।
ସ୍ଥାନୀୟ ଲୋକେ ଏହା ଦେଖିଥିଲେ ମଧ୍ୟ ଭୟରେ ପାଖକୁ ଯାଇନଥିଲେ । ପରେ ଲୋକେ ଶ୍ରୀ କୁମାର ଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାରୀମାନେ ବିଭିନ୍ନ ଅପରାଧ ରେ ସାମିଲ ଥିବା ନେଇ ସୂଚନା ମିଳିଛି । ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor