ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଘଟଣାସ୍ଥଳରୁ କୁଖ୍ୟାତ ମାଓ ନେତା ମିଶିରି ବେଶ୍ରା ଗାଏବ
କୋଇଡା: ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସରଣ୍ଡା ଜଙ୍ଗଲର କୁମଡ଼ିହ ଓ କୋଲବୋଙ୍ଗା ଅଞ୍ଚଳରେ ମାଓବାଦୀଙ୍କ ଏକ ଦଳ ଥିବା ସୂଚନା ପାଇ ସୁରକ୍ଷାବଳ ଆଜି ସକାଳେ ସେମାନଙ୍କୁ ଘେରି ଯାଇଥିଲେ। ପରେ ଉଭୟ ପକ୍ଷରୁ ଗୁଳିବର୍ଷା ଆରମ୍ଭ ହୋଇଥିଲା। ଜଙ୍ଗଲ ଭିତରୁ ଲଗାତାର ଗୁଳିଗୋଳା ଶବ୍ଦ ଶୁଣି ନିକଟସ୍ଥ ଗାଁ ଗୁଡିକରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାସ୍ଥଳରୁ କୁଖ୍ୟାତ ମାଓ ନେତା ମିଶିରି ବେଶ୍ରା ଖସିଯାଇଥିବା ସୂଚନା ମିଳିଛି। ମିଶିରି ବେଶ୍ରା ଉପରେ ୧ କୋଟିର ପୁରସ୍କାର ରାଶି ରହିଥିଲା।
Powered by Froala Editor