ସୁରକ୍ଷିତ ଭାବେ ଭାରତ ଫେରିଲେ ପିଭି ସିନ୍ଧୁ
ବେଙ୍ଗାଳୁରୁ: ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଶେଷରେ ସୁରକ୍ଷିତ ଭାବେ ଭାରତ ଫେରିଛନ୍ତି। ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଭୟାବହ ଯୁଦ୍ଧ ଏବଂ ଦୁବାଇରେ ଫସି ରହିବାର ଦୁଃଖଦ ଅନୁଭୂତି ପରେ ସେ ବେଙ୍ଗାଲୁରୁ ସ୍ଥିତ ନିଜ ବାସଭବନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଏହି ସଂକଟ ଯୋଗୁଁ ସେ ଚଳିତ ଅଲ ଇଣ୍ଡିଆ ଚାମ୍ପିଅନସିପରୁ ବାଦ୍ ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଅଲ୍ ଇଂଲଣ୍ଡ ଚାମ୍ପିଅନସିପ୍ରେ ଭାଗ ନେବା ପାଇଁ ସିନ୍ଧୁ ବ୍ରିଟେନ୍ ଯାଉଥିବା ବେଳେ ଦୁବାଇରେ ଅଟକି ଯାଇଥିଲେ। ଆମେରିକା ପକ୍ଷରୁ ଇରାନ ଉପରେ ବୋମାମାଡ଼ ଏବଂ ପରବର୍ତ୍ତୀ ସମୟରେ ଗଲ୍ଫ ଅଞ୍ଚଳର ଆକାଶପଥ (Airspace) ବନ୍ଦ ହୋଇଯିବା ଯୋଗୁଁ ସେ ଶନିବାର (ଫେବୃଆରୀ ୨୮) ଠାରୁ ଦୁବାଇରେ ଫସି ରହିଥିଲେ।
ମଙ୍ଗଳବାର ଭାରତ ଫେରିବା ପରେ ସିନ୍ଧୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏହି କଠିନ ସମୟରେ ତାଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାରେ ସହଯୋଗ କରିଥିବାରୁ ସେ ଦୁବାଇ କର୍ତ୍ତୃପକ୍ଷ, ବିମାନବନ୍ଦର କର୍ମଚାରୀ ଏବଂ ଇମିଗ୍ରେସନ ଟିମ୍କୁ ଧନ୍ୟବାଦ ଜଣାଉଛନ୍ତି।
Powered by Froala Editor