ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ
ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି କିମ୍ବା ତଣ୍ଟି ଦରଜ ହେଉଛି ତେବେ ତେଜପତ୍ର ଏବଂ ଅଦା ମିଶ୍ରତ ପାଣିରେ କିଛି ମିଶ୍ରି ପକାଇ ତାହାକୁ ଫୁଟାଇ ପିଅନ୍ତୁ। ଆମ ଶରୀରରେ ହିମୋଗ୍ଲୋବିନ ସ୍ତର ସନ୍ତୁଳିତ ରହିବା ନିହାତି ଜରୁରୀ। ନିୟମିତ ମିଶ୍ରି ଖାଇଲେ ଏହି ସ୍ତର କତେକାଂଶରେ ଠିକ୍ ରହିଥାଏ। ମିଶ୍ରିର ଆଉ ଏକ ଉପକାରୀ ଗୁଣ ରହିଛି। ଏହା ହଜମ ପ୍ରକ୍ରିୟାକୁ ଆହୁରି ଦୃଢ଼ କରିଥାଏ। ଏହା ସହିତ କିଛି ପାନମଧୁରୀ ମିଶାଇ ଖାଇପାରନ୍ତି। ଆପଣଙ୍କର ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଯଦି ହଁ, ତେବେ ନିୟମିତ ମିଶ୍ରି ଖାଇଲେ ତାହା ଏହାକୁ ନିୟନ୍ତ୍ରଣରେ ରଖିଥାଏ। ଏଥିଲାଗି ଶୋଇବା ପୂର୍ବରୁ ଉଷୁମ କ୍ଷୀରରେ ମିଶ୍ରି ମିଶାଇ ତାହାକୁ ପିଅନ୍ତୁ।
Powered by Froala Editor