ନାଗରିକଙ୍କ ସୁରକ୍ଷା ଆମର ପ୍ରାଥମିକତା: ମୋଦୀ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆଜି ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ନୂଆଦିଲ୍ଲୀ ନିରନ୍ତର ଶାନ୍ତି ଏବଂ ସ୍ଥିରତା ପାଇଁ ଆହ୍ୱାନ ଦେଇଛି।ଯେତେବେଳେ ଦୁଇଟି ଗଣତନ୍ତ୍ର ଏକାଠି ଛିଡା ହୁଅନ୍ତି, ସେତେବେଳେ ଶାନ୍ତି ପାଇଁ ସେମାନଙ୍କର ସାମୂହିକ ସ୍ୱର ଆହୁରି ଦୃଢ଼ ହୁଏ। ଭାରତ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବିବାଦର ସମାଧାନକୁ ସମର୍ଥନ କରେ। ବିଶ୍ବରେ ଶାନ୍ତି ଓ ସ୍ଥିରତା ଚାହେଁ ଭାରତ। ନାଗରିକଙ୍କ ସୁରକ୍ଷା ଆମର ପ୍ରାଥମିକତା । ଏହି ଅଞ୍ଚଳରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଦେଶ ସହିତ ଘନିଷ୍ଠ ଭାବରେ ଜଡିତ ରହିବେ।
Powered by Froala Editor