ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ମୂର୍ତ୍ତି ସ୍ଥାପନ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରୁ ଉପନିବେଶବାଦର ଛାପ ହଟାଇବା କ୍ରମରେ ବ୍ରିଟିଶ୍ ସ୍ଥପତି ଏଡୱିନ ଲ୍ୟୁଟେନ୍ସଙ୍କ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଛି। ସୋମବାର ରାଷ୍ଟ୍ରପତି ଭବନର ଅଶୋକ ମଣ୍ଡପ ନିକଟରେ ଥିବା ଲ୍ୟୁଟେନ୍ସଙ୍କ ମୂର୍ତ୍ତିକୁ ହଟାଯାଇ ସେଠାରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଛି। ରାଜପୋଳଚାରୀ ହେଉଛନ୍ତି ସ୍ବାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ। ତାଙ୍କର ଚରିତ୍ର, ସଂଯମତା ଓ ସ୍ବାଧୀନ ଚେତନା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।
ଦୁର୍ଭାଗ୍ୟର ବିଷୟ ଯେ ଦେଶ ସ୍ବାଧୀନତା ପାଇବା ପରେ ଆମର ରାଷ୍ଟ୍ରପତି ଭବନରେ ବ୍ରିଟିଶ ଶାସକଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନ ମିଳିଥିଲାବେଳେ ଆମର ମହାନ ସନ୍ତାନମାନଙ୍କୁ ସ୍ଥାନ ମିଳି ନଥିଲା। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ରେ ରାଷ୍ଟ୍ରପତି ଭବନରୁ ଲ୍ୟୁଟେନ୍ସଙ୍କ ମୂର୍ତ୍ତି ହଟାଇବା ସମ୍ପର୍କରେ କହିଥିଲେ। ଏହି ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଏସ୍ ଜୟଶଙ୍କର, ଧର୍ମେନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ସିଂହ ଶେଖାୱତ ଓ ରାଜଗୋପାଳଚାରୀଙ୍କ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ।
Powered by Froala Editor