ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ: ବାୟୁସେନାର ଆଉ ଏକ ତେଜସ୍ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ଦିଆଯାଇଛି। ଯୁଦ୍ଧବିମାନଟି ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଉଡାଣ କରି ଲ୍ୟାଣ୍ଡିଂ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚଳିତମାସରେ ଏହି ଦୁର୍ଘଟଣା ହୋଇଥିବାବେଳେ ପାଇଲଟ୍ ସୁରକ୍ଷିତ ଭାବେ ଏଥିରୁ ବାହାରି ଆସିଥିଲେ। ବୈଷୟିକ ତ୍ରୁଟି କାରଣରୁ ଯୁଦ୍ଧବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି। ତେଜସ୍ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହେବାରେ ଏହା ତୃତୀୟ ଘଟଣା।
Powered by Froala Editor