ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍
ନୂଆଦିଲ୍ଲୀ: ମେକ୍ସିକୋର ଏକ ସାମରିକ ଅଭିଯାନରେ ଜାଲିସ୍କୋ ନୂତନ ପିଢ଼ି କାର୍ଟେଲର ମୁଖ୍ୟ, ନେମେସିଓ “ଏଲ୍ ମେଞ୍ଚୋ” ଓସେଗୁଏରା ସର୍ଭାଣ୍ଟେସ୍ ନିହତ ହୋଇଛନ୍ତି।ଏହି ହତ୍ୟାକାଣ୍ତ ପରେ ଦେଶବ୍ୟାପୀ ହିଂସା ସୃଷ୍ଟି ହୋଇଥିଲା। ସନ୍ଦିଗ୍ଧ ଗ୍ୟାଙ୍ଗ ସଦସ୍ୟମାନେ ସୁରକ୍ଷା ବାହିନୀ ସହିତ ସଂଘର୍ଷ କରିବା ସମୟରେ ବସ୍ ଏବଂ ବ୍ୟବସାୟକୁ ପୋଡ଼ି ଦେଇଥିଲେ।। ୨୦ଟି ମେକ୍ସିକୋ ରାଜ୍ୟରେ ୨୫୦ଟି ସ୍ଥାନରୁ ଅଧିକ ଅବରୋଧ ହଟାଯାଇଛି।
ହିଂସା ଘଟଣାରେ ଭାରତୀୟ ଦୂତାବାସ ପକ୍ଷରୁ ଜାଲିସ୍କୋ ଏବଂ ଅନ୍ୟାନ୍ୟ ପ୍ରଭାବିତ ମେକ୍ସିକୋ ରାଜ୍ୟଗୁଡ଼ିକରେ ଥିବା ଭାରତୀୟ ନାଗରିକମାନଙ୍କୁ ସଚେତନ ରହିବା ସହ ଆଶ୍ରୟ ସ୍ଥାନରେ ସୁରକ୍ଷିତ ରହିବାଲାଗି କୁହାଯାଇଛି। ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ଜାଲିସ୍କୋ ନ୍ୟୁ ଜେନେରେସନ୍ କାର୍ଟେଲ୍ର ମୁଖ୍ୟ ନେମେସିଓ “ଏଲ୍ ମେଞ୍ଚୋ” ଓସେଗୁଏରା ସର୍ଭାଣ୍ଟେସ୍ଙ୍କୁ ହତ୍ୟା କରିଥିବା ମିଶନରେ ସାମିଲ ଏଜେନ୍ସିଗୁଡ଼ିକର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
Powered by Froala Editor