ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତର ୧୩୧ତମ ଏପିସୋଡ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥର ସେ ଓଡ଼ିଶାର ଜଣେ ଯୁବ ଚାଷୀ ହିରୋଦ ପଟେଲଙ୍କ କାହାଣୀ ବାଣ୍ଟିଛନ୍ତି। ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ହିରୋଦଙ୍କ ଚାଷ ପ୍ରଣାଳୀ ଦେଖିବାକୁ ଅନେକ ଲୋକ ଆସୁଛନ୍ତି। ତେଣୁ ହିରୋଦଙ୍କଠାରୁ ଚାଷଶୈଳୀ ଶିକ୍ଷା ନେବାକୁ ପରାମର୍ଶ ଦେଇଛନ୍ତି ପିଏମ୍ ମୋଦି। ସୁନ୍ଦରଗଡ଼ ଟାଙ୍ଗରପାଲୀ ବ୍ଲକ ରତନପୁର ଗାଁରେ ହିରୋଦ ପଟେଲଙ୍କ ଘର। ଆଇଟିଆଇ ପାଠପଢ଼ା ପରେ ଚାଷ କରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ୮ ଏକର ଜମିରେ ମାଛ, ଫଳ, ପନିପରିବା ସହ ଫୁଲ ଭଳି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ହିରୋଦ। ଚାଷ କାମରୁ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।
Powered by Froala Editor