ଅପରେସନ ସାଇବର କବଚ ଆରମ୍ଭ , ୮୬ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଚିହ୍ନଟ
ଛତ୍ରପୁର : ସାଇବର ଅପରାଧି ଉପରେ ଲଗାମ ଲଗାଇବା ପାଇଁ ଓଡିଶା ପୁଲିସ୍ ପକ୍ଷରୁ ଅପରେସନ ସାଇବର କବଚ ଆରମ୍ଭ ହୋଇଛି । ଏହି ଅବସରରେ ଗଞ୍ଜାମ ପୁଲିସକୁ ବଡ ସଫଳତା ମିଳିଛି । ଗୋଟିଏ ଦିନରେ ୮୬ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଚିହ୍ନଟ ହୋଇଥିବା ବେଳେ ୧୧ଟି ମାମଲା ରୁଜୁ ହେବାସହ ୧୧ ଜଣକୁ ଆଇନଗତ ନୋଟିସ ଜାରି କରାଯିବା ସହ ୬ଜଣ ଗିରଫ ହୋଇଛନ୍ତି । ହିଞ୍ଜିଳି ଥାନା ପକ୍ଷରୁ ୪ ଜଣ ପିଣ୍ଟୁ ଦାସ, ବାୟା ଦାସ, ରାଜେଶ ପାତ୍ର ଓ ସରୋଜ ପାତ୍ର ସେହିପରି ବୁଗୁଡା ଥାନା ପକ୍ଷରୁ ୨ ଜଣ ଗିରଫ ହୋଇଛନ୍ତି ।
ମନୋଜ ସ୍ୱାଇଁ ଓ ଅଶ୍ୱିନୀ କୁମାର ରାଉତ ଉଭୟଙ୍କ ଘର ଆସିକା ଥାନା ଅଞ୍ଚଳରେ ବୋଲି ଜଣାପଡିଛି। ୩୨ ଲକ୍ଷ ୫୯ ହଜାର ୯୫୬ ଟଙ୍କା ସିଜ ହୋଇଛି। ଏହି ସବୁ ବେନାମୀ ବ୍ୟାଙ୍କ ଆକାଉଣ୍ଟରେ ୮କୋଟି ୭୮ ଲକ୍ଷ ୭୩ ହଜାର ୮୧୪ ଟଙ୍କା କାରବାର ହୋଇଥିବା ଜଣାପଡିଛି ।
Powered by Froala Editor