ରୋବୋଡଗ୍ ବିବାଦ : ଏକ୍ସପୋରୁ ବାଦ୍ ପଡ଼ିଲା ଗଲଗୋଟିଆ ବିଶ୍ବବିଦ୍ୟାଳୟ
ନୂଆଦିଲ୍ଲୀରେ ଚାଲିଥିବା ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ରେ ଗଲଗୋଟିଆ ବିଶ୍ବବିଦ୍ୟାଳୟ ଦ୍ବାରା ଉପସ୍ଥାପନ କରାଯାଇଥିବା ରୋବୋଡଗ୍କୁ ନେଇ ବିବାଦ ଦେଖାଯାଇଛି। ଏହି ରୋବୋଡଗ୍ ଚୀନ୍ କମ୍ପାନି ଉନିଟ୍ରିର ବୋଲି କୁହାଯାଉଛି। ବିବାଦ ପରେ ସମ୍ମିଳନୀର ଏକ୍ସପୋରୁ ଗଲଗୋଟିଆ ବିଶ୍ବବିଦ୍ୟାଳୟ ବାଦ୍ ପଡ଼ିଛି।
ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ, ଗଲଗୋଟିଆସ୍ ବିଶ୍ୱବିଦ୍ୟାଳୟ ନିଜ ନାମରେ ଏକ ଚୀନ୍ ରୋବୋଟ୍ ଡଗ ନିଜେ ତିଆରି କରିଥିବାର ଦେଖାଇଥିଲା। ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ପ୍ରଫେସର ନେହା ସିଂହ ଏହି ଦାବି କରୁଥିବାର ଦେଖାଯାଇଥିଲା। ଭିଡିଓ ପରେ, ବିଶ୍ୱବିଦ୍ୟାଳୟକୁ ସୋସିଆଲ ମିଡିଆରେ କରାଯାଇଥିଲା ଜୋରଦାର ସମାଲୋଚନାର । ଲୋକମାନେ ଅଭିଯୋଗ କରିଥିଲେ ଯେ ବିଶ୍ୱବିଦ୍ୟାଳୟ ଚୀନ୍ କମ୍ପାନୀ ୟୁନିଟ୍ରିର ଏକ ରୋବୋଟ୍ କିଣିଛି ଏବଂ ଏହାକୁ ନିଜର ଉଦ୍ଭାବନ ବୋଲି କହି ଉପସ୍ଥାପନ କରିଛି। ସୋସିଆଲ ମିଡିଆରେ ଟ୍ରୋଲ ପରେ, ବିଶ୍ୱବିଦ୍ୟାଳୟକୁ ଏଆଇ ସମ୍ମିଳନୀରୁ ବାହାର କରିଦିଆଯାଇଥିଲା। ଏହି ଘଟଣା ପରେ ଏବେ ୟୁନିଭର୍ସିଟିର ପ୍ରଫେସର ନେହା ସିଂହ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।
ସୂଚନାଯୋଗ୍ୟ, ବିବାଦ ବଢ଼ିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ସଫେଇ ଦିଆଯାଇଥିଲା ଯେ, ଏହାକୁ ଇନ୍ ହାଉସ୍ ଡେଭଲପ୍ମେଣ୍ଟ ଭାବେ ଉପସ୍ଥାପନ କରାଯାଇ ନଥିଲା। ଏହା କେବଳ ଛାତ୍ରମାନଙ୍କ ପ୍ରଶିକ୍ଷଣ ଓ ଗବେଷଣା ପାଇଁ ନିଆଯାଇଥିଲା ଓ ଏହାକୁ ଶିଖିବାକୁ ପ୍ରଦର୍ଶିତ କରାଯାଇଥିଲା ବୋଲି କୁହାଯାଇଥିଲା।
ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ‘ଏକ୍ସ’ରେ ଏକ ପୋଷ୍ଟ କରି ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଚୀନ୍ ପ୍ରଡକ୍ଟ ପ୍ରଦର୍ଶନ କରାଯାଉଛି ବୋଲି କହିଥିଲେ। ସରକାରୀ ସୂତ୍ର ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ମାମଲାକୁ ଗମ୍ଭୀରତା ସହିତ ଗ୍ରହଣ କରାଯିବା ସହିତ ଆୟୋଜକ ତୁରନ୍ତ ବିଶ୍ବବିଦ୍ୟାଳୟକୁ ଏକ୍ସପୋରୁ ବାହାର କରିଦେଇଥିଲେ।
Powered by Froala Editor