ରାଜ୍ୟପାଳଙ୍କ ଅଭିଭାଷଣରେ ଶଦ୍ଦ ଅଧିକା, କାର୍ଯ୍ୟ ଶୂନ: ନବୀନ
ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ନେଇ ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ ରାଜ୍ୟପାଳଙ୍କ ଅଭିଭାଷଣରେ ଶଦ୍ଦ ଅଧିକା, କାର୍ଯ୍ୟ ଶୂନ । ରାଜ୍ୟରେ ଭୁଶୁଡି ପଡିଲାଣି ଆଇନଶୃଙ୍ଖଳା, ଏକଥା ବାରମ୍ବାର କହିଲେ ବି ସରକାର ତତ୍ପର ହେଉନାହାଁନ୍ତି । ଭାରତ ବର୍ଷରେ ଏପରି କୌଣସି ରାଜ୍ୟ ନଥିବ ଓଡ଼ିଶାରେ ଯେଭଳି ଆଇନଶୃଙ୍ଖଳା ବିଗିଡିଯାଇଛି ସେଭଳି ରାଜ୍ୟରେ ଉଦାହରଣ ଦେଖିବାକୁ ମିଳୁନି ।
ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ରାଜ୍ୟପାଳ କହିଛନ୍ତି ୨୦୩୬ରେ ଓଡ଼ିଶା ଗଠନକୁ ୧୦୦ବର୍ଷ ପୂରିବ, ସମୃଦ୍ଧ ଓଡ଼ିଶା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରୁ ଓଡ଼ିଶାକୁ ବଡ ପ୍ରକଳ୍ପ ମିଳୁଛି । ବିକଶିତ ଭାରତ ପାଇଁ ଓଡ଼ିଶା ହେବ ଗ୍ରୋଥ୍ ଇଞ୍ଜିନ୍ । ୨୦୪୭ ସୁଦ୍ଧା ମୁଣ୍ଡ ପିଛା ଆୟ ୩୨ଲକ୍ଷ କରିବାକୁ ଯୋଜନା କରାଯାଇଛି ।
Powered by Froala Editor