ଯାଜପୁର ରୋଡ୍ ଲଜ୍ଜା : ୭୦ ବର୍ଷୀୟ ଅଭିଯୁକ୍ତ ଘର ନିକଟରୁ ନବଜାତ କନ୍ୟା ଉଦ୍ଧାର
ଯାଜପୁର: ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା। ୭୦ ବର୍ଷୀୟ ଅଭିଯୁକ୍ତ ଘର ନିକଟରୁ ନବଜାତ କନ୍ୟା ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକ ଏବଂ ପୁଲିସ୍ର ସହଯୋଗରେ ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଯାଜପୁର ରୋଡ୍ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ସପ୍ତାହେ ମଧ୍ୟରେ ଶିଶୁର ଜନ୍ମ ହୋଇଥିବା ଅନୁମାନ କରାଯାଉଛି। ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି। ବ୍ୟାସନଗରର ୭୦ ବର୍ଷୀୟ ବୃଦ୍ଧଙ୍କ ନାଁରେ ନାବାଳିକା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।
ନାବାଳିକାକୁ ଗର୍ଭପାତ କରାଯାଇଥିବା ୨ ଦିନ ତଳେ ଅଭିଯୋଗ ହୋଇଥିଲା। ଦୁଷ୍କର୍ମ ପାଇଁ ଗତକାଲି ଯାଜପୁର ରୋଡ୍ ଥାନା ପୁଲିସ୍ ବୃଦ୍ଧଙ୍କୁ ଗିରଫ କରିଥିଲା।
Powered by Froala Editor