ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ୍ ମାଡ, ଚାଲିଗଲା ଜୀବନ
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାରଦୁଲ ଗାଁରେ ଚୋର ସନ୍ଦେହରେ ଗ୍ରାମବାସୀମାନେ ଜଣେ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ୍ ମାଡ ମାରିଥିବା ଅଭିଯୋଗ ହୋଇଛି। ପରେ ସକାଳେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଭଞ୍ଜନଗର ପୁଲିସକୁ ହସ୍ତାନ୍ତର କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ଭଞ୍ଜନଗର ଥାନା ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ସାରଦୁଲ ଗାଁର ୩୦ରୁ ଅଧିକ ପୁରୁଷ ଏବଂ ମହିଳାଙ୍କୁ ଥାନାକୁ ଉଠାଇ ଆଣିଛନ୍ତି।
Powered by Froala Editor