ଅଟୋ-ଟ୍ରାକ୍ଟର ଧକ୍କା: ୫ ଗୁରୁତର
ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ଛକରେ ଆଜି ଭୋରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ ସହିତ ଟ୍ରାକ୍ଟର ଧକ୍କା ହୋଇଛି । ଦୁର୍ଘଟଣାରେ ୫ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଏମ୍କେସିଜିରେ ଭର୍ତ୍ତି କରାଯାଇଛି । ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ସୋରଳରୁ ବ୍ରହ୍ମପୁର ଅଭିମୁଖେ ଏକ ମାଛ ବୋଝେଇ ଅଟୋରେ ୧୨ ଜଣ ମହିଳା ବ୍ରହ୍ମପୁର ଆସୁଥିଲେ । ହଳଦିଆପଦର ନିକଟରେ ଅଟୋ ଏବଂ ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ୫ ଜଣଙ୍କୁ ଉଦ୍ଧାର କରାଯାଇ ଏମ୍କେସିଜିରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
Powered by Froala Editor