ଶ୍ରୀଅଲାରନାଥଙ୍କ ପୀଠରେ ରିଲ୍ସ ସୁଟିଂ
ଆଧ୍ୟାତ୍ମିକ ଚେତନାର ପୀଠ ଅଲାରନାଥ ମନ୍ଦିର ପରିସରରେ ଅଶାଳୀନ ରିଲ୍ସ ସୁଟିଂକୁ ନେଇ ଭକ୍ତଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ମନ୍ଦିର ମଧ୍ୟରେ ପହରା ଦେଉଥିବା ସୁରକ୍ଷାକର୍ମୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ କେହି ଏହାକୁ ବାରଣ କରୁନାହାନ୍ତି ।
ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କ ପୀଠରେ ଥିବା କିଛି ସେବାୟତ ମୋଟା ଅଙ୍କର ଅର୍ଥ ପାଇବା ଆଶାରେ ଏଭଳି ଘୃଣ୍ୟ ଘଟଣାକୁ ପ୍ରସୟ ଦେଉଥିବା ସାଧାରଣରେ ଆଲୋଚନା ହେଉଛି । ମନ୍ଦିର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ମୋବାଇଲ୍ ବାରଣ ହୋଇଥିବା ବେଳେ ମନ୍ଦିରକୁ ମଧ୍ୟ ମୋବାଇଲ୍ ପ୍ରବେଶ ନିଷେଧ ନିମନ୍ତେ ବାରମ୍ବାର ବୈଠକରେ ଆଲୋଚନା ହେଉଛି। ବାହାରେ ଜୋତା ଓ ମୋବାଇଲ୍ ରଖିବା ପାଇଁ ନିଲାମ ଦିଆଯାଇ ଷ୍ଟାଣ୍ଡ ନିର୍ମାଣ ହୋଇଛି । ହେଲେ ସେବକମାନେ ସବୁ ନିୟମକୁ ଫୁ କରି ଉଡ଼ାଇ ଦେଉଛନ୍ତି । ଭକ୍ତଙ୍କଠାରୁ କିଛି ଟଙ୍କା ନେଇ ମନ୍ଦିର ଭିତରକୁ ମୋବାଇଲ୍ ପ୍ରବେଶ ପାଇଁ ପ୍ରଶୟ ଦେଉଛନ୍ତି । ଲୋକେ ମୋବାଇଲ୍ ନେଇ ମନ୍ଦିର ଓ ବିଗ୍ରହଙ୍କ ଫଟୋ ଉତ୍ତୋଳନ କରିବା ସହିତ ପରିସରରେ ଅଶାଳୀନ ରିଲ୍ସ ସୁଟିଂ କରୁଛନ୍ତି । ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଉଛି। ମନ୍ଦିର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
Powered by Froala Editor