ରିତୁ ତାୱଡେ ହେବେ ମୁମ୍ବାଇ ମେୟର
ମହାରାଷ୍ଟ୍ରର ରାଜଧାନୀ ମୁମ୍ୱାଇରେ ପ୍ରଥମ ଥର ପାଇଁ ବିଜେପିର ମେୟର ହେବ । ରିତୁ ତାୱଡେ ଘାଟକୋପରର ୱାର୍ଡ ସଂଖ୍ୟା ୧୩୨ରୁ ତୃତୀୟ ଥର ପାଇଁ କର୍ପୋରେଟର ନିର୍ବାଚିତ ହୋଇଛନ୍ତି । ମୁମ୍ୱାଇ ବିଜେପି ଅଧ୍ୟକ୍ଷ ଅମିତ୍ ସାଟମ ଏହି ଘୋଷଣା କରିଛନ୍ତି ।
ଏସିଆର ସର୍ବବୃହତ ଧନୀ ପୌର ନିଗମରେ ମେୟର ହେବେ ରିତୁ। ସେପଟେ ଶିବସେନା କର୍ପୋରେଟର ସଞ୍ଜୟ ଗାଦି ହେବେ ଡେପୁଟୀ ମେୟର ହେବ। ଗତ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ବହୁଳ ବିଜୟ ହୋଇଥିଲା। ଆସନ୍ତା ୧୧ ତାରିଖରେ ହେବେ ମେୟର ନିର୍ବାଚନ। ବୃହନ ମୁମ୍ବାଇ ମହାନଗର ନିଗମର ବିଜେପି କର୍ପୋରେଟରମାନଙ୍କ ବୈଠକରେ ରିତୁଙ୍କ ନାଁରେ ମୋହର ଲାଗିଥିଲା। ମୁମ୍ବାଇର ମେୟର ପଦବୀ ସାଧାରଣ ବର୍ଗରୁ ମହିଳା ବର୍ଗ ଲାଗି ସଂରକ୍ଷିତ ଥିଲା। ଘାତୋକପୁର ୱାର୍ଡରୁ ୩ ଥର କର୍ପୋରେଟର ଭାବେ ବିଜୟୀ ହୋଇଛନ୍ତି ରିତୁ। ସେ ବିଏମସିର ଶିକ୍ଷା କମିଟିର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଛନ୍ତି। ଆସନ୍ତା ଫେବ୍ରୁଆରୀ ୧୧ ନିର୍ବାଚନରେ ଯଦି ରିତୁ ବିଜୟୀ ହୁଅନ୍ତି ତେବେ ସେ ହେବ ବିଜେପିର ଦ୍ବିତୀୟ ମେୟର। ପୂର୍ବରୁ ୧୯୮୨ରୁ ୧୯୮୩ ବିଜେପିର ପ୍ରଭାକର ପାଇ ହୋଇଥିଲେ ଦଳର ପ୍ରଥମ ମେୟର।
ରିତୁ ତାୱଡେ ୨୦୧୨ ମସିହାରେ ୧୨୭ ନମ୍ବର ୱାର୍ଡ ଜିତି ପୌର ରାଜନୀତିରେ ପ୍ରବେଶ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୧୭ ମସିହାରେ ଘାଟକୋପରର ୧୨୧ ନମ୍ବର ୱାର୍ଡରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ୨୦୨୫ ନିର୍ବାଚନରେ ସେ ୧୩୨ ନମ୍ବର ୱାର୍ଡରୁ ପୁଣି ଥରେ ଜିତିଥିଲେ । ବିଜେପି ନେତୃତ୍ୱ ବିଶ୍ୱାସ କରନ୍ତି ଯେ ରିତୁ ତାୱଡେଙ୍କ ଅଭିଜ୍ଞତା ଏବଂ ସାଂଗଠନିକ ଦକ୍ଷତା ମୁମ୍ବାଇକୁ ଦୃଢ଼ ଏବଂ ପ୍ରଭାବଶାଳୀ ନେତୃତ୍ୱ ପ୍ରଦାନ କରିବ । ଏହି କାରଣରୁ ମେୟର ପଦବୀ ପାଇଁ ତାଙ୍କ ନାମକୁ ଆଗକୁ ନିଆଯାଇଛି ।
Powered by Froala Editor