ଓଡ଼ିଶା ସମେତ ୫ଟି ରାଜ୍ୟରେ ବିରଳ ମୂର୍ତ୍ତିକା କରିଡର ନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟରେ ନିର୍ମଳା ଖଣିଜ କରିଡର ନେଇ ଘୋଷଣା କରିଛନ୍ତି । ଓଡ଼ିଶା ସମେତ ୫ଟି ରାଜ୍ୟରେ ବିରଳ ମୂର୍ତ୍ତିକା କରିଡର ନେଇ ଘୋଷଣା କରିଛନ୍ତି । କେରଳ, ଓଡ଼ିଶା, ତାମିଲନାଡୁ, ଛତିଶଗଡ ଓ ଝାଡଖଣ୍ଡରେ ଏହି କରିଡର ନିର୍ମାଣ ହେବ । ନିର୍ମଳା କହିଛନ୍ତି ଆମ ସରକାର ନିଯୁକ୍ତି ଓ ଉତ୍ପାଦନକୁ ଗୁରୁତ୍ୱ ଦେଇଛନ୍ତି ।
ମୋଦୀ ସରକାରରେ ନିର୍ମଳାଙ୍କର ଏହା ନବମ ବଜେଟ ଉପସ୍ଥାପନ । କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ ବୋଲି ନିର୍ମଳା କହିଛନ୍ତି । ବିଗତ ୧୧ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ତଥ୍ୟ ରଖୁଛନ୍ତି ଅର୍ଥମନ୍ତ୍ରୀ । ଚଳିତ ବର୍ଷ ବଜେଟ ଯୁବଶକ୍ତି ବଜେଟ ହେବାକୁ ଯାଉଛି, ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢୁଛି ।
Powered by Froala Editor