ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ମୃତ
ବ୍ରହ୍ମପୁର: ବ୍ରହ୍ମପୁରରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥରେ ଏକ ଟ୍ରକ ବାଇକୁ ଧକ୍କା ଦେବାରୁ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଛି । ହଳଦିଆପଦର ଓଭରବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ମୃତଦେହ ଜବତ କରିଥିବାବେଳେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ସୂଚନା ଅନୁସାରେ ହଳଦିଆପଦର ଓଭରବ୍ରିଜ୍ ଉପରେ ଆଜି ଦିନ ୧ଟା ବେଳେ ଏକ ଟ୍ରକ ସମ୍ମୁଖ ପଟୁ ଆସୁଥିବା ୩ ଟି ବାଇକକୁ ମୁହାଁମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ଏକାଧିକ ଆହତ ହୋଇଛନ୍ତି ।
Powered by Froala Editor