ଅହମ୍ମଦାବାଦରେ ଗ୍ୟାସ ଲିକ୍ ରୁ ବ୍ଲାଷ୍ଟ : ୯ ମୃତ

ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ଧରଣର କାଣ୍ଡ ଘଟିଛି । ଗ୍ୟାସ ଲିକ ପରେ ବ୍ଲାଷ୍ଟ ହୋଇ ୯ ଜଣ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ ୪ ଜଣ ପିଲା ଥିଲେ । ଏହାବ୍ୟତୀତ ୧୦ ଜଣ ଗୁରୁତର ଭାବରେ ଜଳି ଯାଇଛନ୍ତି । ଏହି ଘଟଣା ଜୁଲାଇ ୨୦ ତାରିଖରେ ଘଟିଥିଲା ।
ପୁଲିସର କହିବାନୁସାରେ, ମୃତ୍ୟୁ ହୋଇଥିବା ସମସ୍ତେ ଶ୍ରମିକ ପରିବାରର ସଦସ୍ୟ । ରୁମ୍ ଭିତରେ ଏଲ୍ପିଜି ଗ୍ୟାସ ଲିକ୍ ହେବାପରେ ଏପରି ଘଟଣା ଘଟିଛି । ସେମାନେ ଏକ ଶିଳ୍ପାନୁଷ୍ଠାନରେ ରାତିରେ ଶୋଇଥିବାବେଳେ ଗ୍ୟାସ୍ଟି ଲିକ ହୋଇଥିଲା । ଏହାପରେ ପାଖ ରୁମରେ ଶୋଇଥିବା ଶ୍ରମିକମାନେ ଏହା ଜାଣିପାରିଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ଲାଇଟ୍ ସୁଇଜ୍ ମାରିଥିଲେ ଯାହାଦ୍ୱାରା ସର୍ଟସର୍କିଟ ହୋଇ ନିଆଁ ବାହାରିଥିଲା । ଫଳରେ ଲିକ୍ ହୋଇଥିବା ଗ୍ୟାସରେ ନିଆଁ ଧରିଥିଲା ଏବଂ କେହି କିଛି ବୁଝିବା ଆଗରୁ ସମସ୍ତେ ନିଆଁରେ ଜଳିଯାଇଥିଲେ ।
ଏହି ୯ ଜଣଙ୍କ ମଧ୍ୟରୁ ୮ ଜଣଙ୍କର କିଛି ଦିନ ମଧ୍ୟରେ ପ୍ରାଣ ଯାଇଥିବାବେଳେ ଆଉ ଜଣଙ୍କର ଶନିବାର ଦିନ ମୃତ୍ୟୁ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂ ଚୌହାନ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଘୋଷଣା କରିବା ସହିତ ଆହତଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅର୍ଥରାଶି ଘୋଷଣା କରିଛନ୍ତି ।
Powered by Froala Editor