ଖୁବଶୀଘ୍ର ଆରମ୍ଭ ହେବ ‘ଶ୍ରୀ ଜଗନ୍ନାଥ ଦର୍ଶନ’ ଯୋଜନା
ଭୁବନେଶ୍ୱର: ରାଜ୍ୟ ସରକାର ଏଣିକି ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ । ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ରାଜ୍ୟ ସରକାର । ଯେଉଁଥି ପାଇଁ ଖୁବଶୀଘ୍ର ‘ଶ୍ରୀ ଜଗନ୍ନାଥ ଦର୍ଶନ’ ଯୋଜନା ଆରମ୍ଭ ହେବାକୁ ଯାଉଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଠି କରାଯାଇଛି । ୩୫ ହଜାର ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।
Powered by Froala Editor