ଶ୍ରୀଲିଙ୍ଗରାଜଙ୍କ ମନ୍ଦିର କାର୍ୟ୍ୟାଳୟ ପରିସରରେ ମହାଶିବରାତ୍ରୀ ନୀତି ନିର୍ଘଣ୍ଟ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର: ମହାଶିବରାତ୍ରୀକୁ ଆଉ ମାତ୍ର ୧୭ ଦିନ ବାକି ରହିଲା । ବିଗତ କିଛିଦିନ ହେବ ଶ୍ରୀଲିଙ୍ଗରାଜ ମନ୍ଦିରରେ କାର୍ୟ୍ୟ ନିର୍ବାହୀ ଅଧିକାରୀ ଅସ୍ଥିରତା କାରଣରୁ ଏଠାକାର ପ୍ରସ୍ତୁତି ବୈଠକ ଝୁଲି ରହିଥିଲା । ଗତକାଲି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କୁ ଏଠାକାର କାର୍ୟ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ସେ କାର୍ୟ୍ୟରେ ଯୋଗଦେବା ପରେ ଶୁକ୍ରବାର ଅପରାହ୍ଣରେ ପ୍ରଥମ କରି ସେବାୟତ ପ୍ରତିନିଧିଙ୍କୁ ନେଇ ମନ୍ଦିର କାର୍ୟ୍ୟାଳୟ ପରିସରରେ ନୀତି ନିର୍ଘଣ୍ଟ ପ୍ରସ୍ତୁତି ବୈଠକ ହେବ ।
ସେବାୟତଙ୍କ ଦ୍ୱାରା ପ୍ରସ୍ତାବିତ ନୀତି ନିର୍ଘଣ୍ଟ ଶନିବାର ଟ୍ରଷ୍ଟ ବୋର୍ଡ ବୈଠକକୁ ଅନୁମୋଦନ ନିମନ୍ତେ ପଠାଯିବ । ଚୁଡାନ୍ତ ଅନୁମୋଦନ ପରେ ସେହି ଅପରାହ୍ଣରେ ସ୍ୱତନ୍ତ୍ର ସର୍କିଟ ହାଉସଠାରେ ସମସ୍ତ ବିଭାଗ, ଜିଲ୍ଲାପାଳ, ବିଧାୟକ, ମେୟର ଓ ଅନ୍ୟ ଅଧିକାରୀଙ୍କୁ ନେଇ ସମନ୍ୱୟ ବୈଠକରେ ଔପଚାରିକ ଭାବେ ନୀତି ନିର୍ଘଣ୍ଟ ସମୟ ତଥ୍ୟ ଘୋଷଣା କରାଯିବ ।
Powered by Froala Editor