Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ

  • ଆତଙ୍କବାଦୀ ଆକ୍ରମଣରେ ୬ ମୃତ

  • ମୋଦିଙ୍କ 'ମନ କି ବାତ' କାର୍ଯ୍ୟକ୍ରମ: କଣ ...

  • ଗାଲାକ୍ସି ଆପାର୍ଟମେଣ୍ଟ ଛାଡ଼ି ଦେବେ ...

  • ଉତ୍ତର-ପୂର୍ବ ଜାପାନରେ ଭୂକମ୍ପ, ସୁନାମୀ ...

  • ଦିଲ୍ଲୀ-ଏନସିଆର ସମେତ ଜମ୍ମୁ-କାଶ୍ମୀରରେ ...

  • ବିଷାକ୍ତ କ୍ୟାପସୁଲ ବାଣ୍ଟିବାକୁ କରୁଥିଲା ...

  • କରାଚିରେ ଅର୍ଦ୍ଧସାମରିକ ମୁଖ୍ୟାଳୟରେ ...

  • ହୃଦୟ ଜିତୁଛି ଇଥା ଟିଜର

  • ଘରକୁ ଥଣ୍ଡା ରଖନ୍ତୁ ଏମିତି

Home ›› ››ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲିପଡ଼ିଛି ୫୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ପଦବୀ

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲିପଡ଼ିଛି ୫୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ପଦବୀ

2026-01-30 04:54:25
15399
Share:
Facebook
Twitter
E-Mail
WhatsApp
Telegram
ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲିପଡ଼ିଛି ୫୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ପଦବୀ

ଭୁବନେଶ୍ବର: ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି। ସରକାରୀ ହିସାବରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ଶିକ୍ଷକ ନେତାଙ୍କ ଅଭିଯୋଗ ଅନୁସାରେ, ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, ବିଭିନ୍ନ ବିଷୟଭିତ୍ତିକ ଖାଲି ପଡିଥିବା ଶିକ୍ଷକ ପଦ ସଂଖ୍ୟା ୯୦ ହଜାରରୁ ଊର୍ଦ୍ଧ୍ବ ହେବ।

ଶିକ୍ଷକ ଅଭାବ କାରଣରୁ ଗତ ଦୁଇଦିନ ମଧ୍ୟରେ ଦୁଇଟି ବିଦ୍ୟାଳୟରେ ତାଲା ଝୁଲିଲାଣି। କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଗେଡ଼ମା ସରକାରୀ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଧାରଣା ଦେଇଥିଲେ। ଅଭିଯୋଗ ଅନୁଯାୟୀ, ଏହି ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬ଟି ଶ୍ରେଣୀ ରହିଛି। ୬୮ ପିଲାଙ୍କୁ ପଢ଼ାଇବା ପାଇଁ ମାତ୍ର ଦୁଇ ଜଣ ଶିକ୍ଷକ ଅଛନ୍ତି। ଦୁଇ ଶିକ୍ଷକଙ୍କ ମଧ୍ୟରୁ ଜଣେ ସବୁବେଳେ ସରକାରୀ କାର୍ଯ୍ୟ ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଫଳରେ ଜଣେ ମାତ୍ର ଶିକ୍ଷକଙ୍କ ଭରସାରେ ଚାଲିଛି ସମଗ୍ର ବିଦ୍ୟାଳୟ। ଜଣେ ଶିକ୍ଷକ କିଭଳି ଏକା ସାଙ୍ଗରେ ୬ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବେ ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଦେଢ଼େନମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଶିକ୍ଷକ ନିଯୁକ୍ତି ପ୍ରତିବାଦରେ ସେମାନେ ଧାରଣାରେ ବସିଥିଲେ। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୪ ଛାତ୍ରଛାତ୍ରୀ ଥିବାବେଳେ ମାତ୍ର ତିନିଜଣ ଶିକ୍ଷକ ଅଛନ୍ତି। ଫଳରେ ପିଲାଙ୍କ ଶିକ୍ଷାଦାନରେ ବ୍ୟାହତ ହେଉଛି। କେବଳ ଏହି ଦୁଇଟି ବିଦ୍ୟାଳୟରେ ଏଭଳି ଘଟଣା ସୃଷ୍ଟି ହୋଇଛି ତାହା ନୁହେଁ; ବରଂ ରାଜ୍ୟର ଅନେକ ବିଦ୍ୟାଳୟରେ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି।

୨୦୨୫ ଅଗଷ୍ଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତତ୍କାଳୀନ ସଚିବ ପ୍ରାୟ ୪୫ହଜାର ଶିକ୍ଷକ ପଦ ଖାଲି ପଡ଼ିଥିଲା ବୋଲି ସରକାରଙ୍କୁ ଜଣାଇଥିଲେ। ବାର୍ଷିକ ୫ ହଜାର ଶିକ୍ଷକ ଅବସର ଗ୍ରହଣ କରୁଛନ୍ତି। ଏହାକୁ ଦେଖିଲେ ବର୍ତ୍ତମାନ ସ୍ଥିତିରେ ୫୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ପଦ ଖାଲି ପଡ଼ିଛି। ରାଜ୍ୟ ସରକାର ୩ବର୍ଷ ମଧ୍ୟରେ ବର୍ଷକୁ ୧୫ ହଜାର ଲେଖାଏଁ କରି ୪୫ ହଜାର ଶିକ୍ଷକ ନିଯୁକ୍ତି ଦେବେ ବୋଲି ଘୋଷଣା କରିଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ କୌଣସି ସ୍ପଷ୍ଟତା ଆସିପାରୁ ନାହିଁ। ସରକାର ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ବଦଳାଇଛନ୍ତି। ତେଣୁ ପ୍ରତି ବ୍ଲକରେ ଶିକ୍ଷକଙ୍କୁ ନୂତନ ପାଠ୍ୟପୁସ୍ତକ ଉପରେ ତାଲିମ ଦିଆଯାଉଛି।

ଫଳସ୍ବରୂପ ଶିକ୍ଷକ ବିଦ୍ୟାଳୟ ଛାଡ଼ି ତାଲିମ ନେଉଛନ୍ତି। ମାର୍ଚ୍ଚରେ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ହେବ। ଶିକ୍ଷକ ଅଭାବ କାରଣରୁ ଅନେକ ବିଦ୍ୟାଳୟର ପାଠପଢ଼ା ବାକି ରହିଛି। ଏଭଳି ପରିସ୍ଥିତିରେ ଶିକ୍ଷକଙ୍କ ତାଲିମ ପାଠପଢ଼ାକୁ ଆହୁରି ବ୍ୟାହତ କରୁଛି। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, ସରକାର ରିପୋର୍ଟରେ ଯେତିକି ପଦବୀ ଖାଲି ଅଛି ବୋଲି ଦର୍ଶାଯାଇଛି ତାହା ପୂରଣ ପାଇଁ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦିଆଯାଉ। ସ୍କିମାଟିକ୍ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ନିୟମିତ କରାଯାଉ। ପ୍ରଧାନଶିକ୍ଷକ, ବିଷୟଭିତ୍ତିକ ଶିକ୍ଷକ ଖାଲି ପଡ଼ିଥିବା ପଦବୀକୁ ପଦୋନ୍ନତି ଦେଇ ପୂରଣ କରାଯାଉ ଏବଂ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ଶିକ୍ଷକ ପଦବୀ ସୃଷ୍ଟି କରାଯାଉ।

Powered by Froala Editor

Tags Teacher

Related articles Odisha News Lens 4.1

  • ମୋଦିଙ୍କ 'ମନ କି ବାତ' କାର୍ଯ୍ୟକ୍ରମ: କଣ କହିଲେ ମୋଦୀ ଜାଣନ୍ତୁ
    ଦେଶ-ଦେଶାନ୍ତର

    ମୋଦିଙ୍କ 'ମନ କି ବାତ' କାର୍ଯ୍ୟକ୍ରମ: କଣ କହିଲେ ମୋଦୀ ଜାଣନ୍ତୁ

    15039
    Jun 28, 2026
  • ଗାଲାକ୍ସି ଆପାର୍ଟମେଣ୍ଟ ଛାଡ଼ି ଦେବେ ସଲମାନ
    ମନୋରଞ୍ଜନ

    ଗାଲାକ୍ସି ଆପାର୍ଟମେଣ୍ଟ ଛାଡ଼ି ଦେବେ ସଲମାନ

    14041
    Jun 28, 2026
  • ଉତ୍ତର-ପୂର୍ବ ଜାପାନରେ ଭୂକମ୍ପ, ସୁନାମୀ ଚେତାବନୀ ନାହିଁ
    ଦେଶ-ଦେଶାନ୍ତର

    ଉତ୍ତର-ପୂର୍ବ ଜାପାନରେ ଭୂକମ୍ପ, ସୁନାମୀ ଚେତାବନୀ ନାହିଁ

    13598
    Jun 28, 2026
  • କରାଚିରେ ଅର୍ଦ୍ଧସାମରିକ ମୁଖ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ
    ଦେଶ-ଦେଶାନ୍ତର

    କରାଚିରେ ଅର୍ଦ୍ଧସାମରିକ ମୁଖ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ

    15029
    Jun 28, 2026
  • ବିଷାକ୍ତ କ୍ୟାପସୁଲ ବାଣ୍ଟିବାକୁ କରୁଥିଲା ଯୋଜନା, ଅଭିଯୁକ୍ତ ଗିରଫ
    ଦେଶ-ଦେଶାନ୍ତର

    ବିଷାକ୍ତ କ୍ୟାପସୁଲ ବାଣ୍ଟିବାକୁ କରୁଥିଲା ଯୋଜନା, ଅଭିଯୁକ୍ତ ଗିରଫ

    14235
    Jun 28, 2026
  • ଆତଙ୍କବାଦୀ ଆକ୍ରମଣରେ ୬ ମୃତ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣରେ ୬ ମୃତ

    14136
    Jun 28, 2026
  • ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ
    ଦେଶ-ଦେଶାନ୍ତର

    ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ

    13836
    Jun 28, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି
    ବିଶେଷ

    ଘରକୁ ଥଣ୍ଡା ରଖନ୍ତୁ ଏମିତି

    13865
    Jun 28, 2026
  • ହୃଦୟ ଜିତୁଛି ଇଥା ଟିଜର
    ମନୋରଞ୍ଜନ

    ହୃଦୟ ଜିତୁଛି ଇଥା ଟିଜର

    13806
    Jun 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ

    13836
    Jun 28, 2026
  • ବିଶେଷ

    ଘରକୁ ଥଣ୍ଡା ରଖନ୍ତୁ ଏମିତି

    13865
    Jun 28, 2026
  • ମନୋରଞ୍ଜନ

    ହୃଦୟ ଜିତୁଛି ଇଥା ଟିଜର

    13806
    Jun 28, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16957
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17567
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17617
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18014
    Sep 06, 2023

ବିଶେଷ

  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    13865
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15693
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15639
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15287
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    15115
    Jun 21, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13791
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14888
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15501
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15257
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ

    13836
    Jun 28, 2026
  • ବିଷାକ୍ତ କ୍ୟାପସୁଲ ବାଣ୍ଟିବାକୁ କରୁଥିଲା ଯୋଜନା, ଅଭିଯୁକ୍ତ ଗିରଫ

    14235
    Jun 28, 2026
  • ଆତଙ୍କବାଦୀ ଆକ୍ରମଣରେ ୬ ମୃତ

    14136
    Jun 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In