ବିଏମସି କର୍ପୋରେସନ ବୈଠକରେ ପାରିତ ହେଲା ଡ୍ରାଫ୍ଟ ବିଲ
ଭୁବନେଶ୍ବର : ବିଏମସି କର୍ପୋରେସନ ବୈଠକରେ ପାରିତ ହେଲା ଡ୍ରାଫ୍ଟ ବିଲ । ୧୦୫୦ କୋଟି ଟଙ୍କାର ଡ୍ରାଫ୍ଟ ବିଲ କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସି ନିଜ ଆୟକୁ ବୃଦ୍ଧି କରିବା ପାଇଁ ଅଣ୍ଟା ଭିଡ଼ିଛି । ହୋଲଡିଂ ଟିକସ, ଟ୍ରେଡ଼ ଲାଇସେନ୍ସ, ପାର୍କିଂ, କଲ୍ୟାଣ ମଣ୍ଡପ,ୟ୍ୟୁଜର ଫି’ ସବୁଠୁ ଆଦାୟ ହେବ ଅର୍ଥ । ଏଣିକି ହୋଲଡିଂ ଫି’ ବିଏମସି ନିଜେ ନ କରି ଜଣେ ଏଜେନ୍ସିଙ୍କ ଦ୍ୱାରା କରିବ ବୋଲି ସୂଚନା ଦେଇଛନ୍ତି ମେୟର । ଅନେକ ଲୋକ ହୋଲଡିଂ ଫି’ ଫାଙ୍କୁ ଥିବା ବେଳେ ବକୟା ମଧ୍ୟ ରଖିଛନ୍ତି ଏଜେନ୍ସି ତାଙ୍କ ଠାରୁ ଆଦାୟ କରିବ ବୋଲି ମେୟର କହିଛନ୍ତି । ଏହା ଛଡା ଅନେକ ରେସିଡେନ୍ସିଆଲ ଘର କମରସିଆଲ ଭାବେ ବ୍ୟବହାର କରୁଛନ୍ତି । ତେଣୁ ତାଙ୍କର ଟିକସକୁ କମାର୍ସିଆଲ ଭାବେ ନେବ ବିଏମସି । ତେବେ ଏଭଳି ମେୟର କହିଛନ୍ତି । ଚଳିତ ବର୍ଷ ୧୬ତମ ଏଫ ସି କେନ୍ଦ୍ରରେ ଲାଗୁ ହେବ ଏବଂ ରାଜ୍ୟରେ ଷଷ୍ଠ ରାଜ୍ୟ ଫାଇନାନ୍ସ । ତେଣୁ ଏହି ନିୟମ ଅନୁଯାୟୀ ମହାନଗର ନିଗମର ଆୟକୁ ଦେଖି କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ପ୍ରଦାନ କରିବେ । ଏଥିପାଇଁ bmc କୁ ନିଜ ଆୟ ବୃଦ୍ଧି କରିବାକୁ ପଡିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି । ଚଳିତ ବର୍ଷ ୩୦୦ କୋଟି ଟଙ୍କା ଆଦାୟ କରିବାର ଲକ୍ଷ ରଖିଛି ବିଏମସି ।
ଏହା ଛଡ଼ା କର୍ପୋରେସନ ବୈଠକରେ ନିଶା ଦ୍ରବ୍ୟକୁ ନେଇ ମଧ୍ୟ ଆଲୋଚନା କରାଯାଇଛି । ନିଶା ଦ୍ରବ୍ୟ ବ୍ୟାନ ହୋଇଥିଲେ ମଧ୍ୟ ତାହା ଖୁଲମ ଖୁଲା ବିକ୍ରି ହେଉଛି । ତେଣୁ ଏନ୍ଫୋର୍ସମେଣ୍ଟ କଡ଼ାକଡ଼ି କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ବିଏମସି ଅଧିନରେ ଥିବା ସମସ୍ତ ଭେଣ୍ଡିଂ ଜୋନ , ଓମଫେଡ୍ ,ଓପେଲଫେଡରେ କେହି ନିଶା ଦ୍ରବ୍ୟ ଯେପରିକି ଗୁଟଖା, ସିଗେରେଟ, ପାନ ବିକିବେ ନାହିଁ ଏହା କଡ଼ାକଡ଼ି ଲାଗୁ ହେବ । ଏହା ଛଡା ଅନ୍ୟ ଦୋକାନ ମାନଙ୍କୁ ମଧ୍ୟ bmc ଚଢ଼ାଉ କରିବ ବୋଲି ମେୟର କହିଛନ୍ତି । ତେଣୁ ଏହାକୁ କଡାକଡି ଲାଗୁ କରିବା ପାଇଁ ବିଏମସି ବୈଠକ ରେ ନିଷ୍ପତି ହୋଇଛି ।
Powered by Froala Editor