ପ୍ରଦୂଷଣ ସାର୍ଟିଫିକେଟ ପ୍ରସଙ୍ଗରେ ଏହି ଗୁରୁତ୍ୱପୂର୍ଣ ରାୟ ଦେଲେ ଓଡିଶା ହାଇକୋର୍ଟ
କଟକ: ଗାଡି ଚାଳକଙ୍କୁ ମିଳିଲା ଆଶ୍ବସ୍ଥି । ଚାଲାଣ ଥିଲେ ବି ମିଳିବ ପ୍ରଦୂଷଣ ସାର୍ଟିଫିକେଟ । PUCC ନ ଥିଲେ ବି ମିଳିବ ପେଟ୍ରୋଲ । ପ୍ରଦୂଷଣ ସାର୍ଟିଫିକେଟ ପ୍ରସଙ୍ଗରେ ଏହି ଗୁରୁତ୍ୱପୂର୍ଣ ରାୟ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ । ଏନେଇ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ଓଡିଶା ହାଇକୋର୍ଟ । BAHAN ପୋର୍ଟାଲରେ କୌଣସି ଚାଳକ ଯେପରି ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ତାହା ଉପରେ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲ । ଏନେଇ କୋର୍ଟଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର । PUCC ନଥିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନଦେବା ପ୍ରସଙ୍ଗ ନିର୍ଦ୍ଦେଶ ପ୍ରତ୍ୟାହାର ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ସରକାର । ଗୋଟିଏ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧର୍ଯ୍ୟ କରିଛନ୍ତି ହାଇକୋର୍ଟ ।
ଗାଡି ନାଁରେ ଚାଲାଣ ଥିଲେ ପ୍ରଦୂଷଣ ସାର୍ଟିଫିକଟ ନ ମିଳିବା ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ପରିବହନ କମିସନରଙ୍କ ଠାରୁ ପୂର୍ବରୁ ସ୍ପଷ୍ଟୀକରଣ ଲୋଡିଥିଲେ ହାଇକୋର୍ଟ । ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସତ୍ୟପାଠ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆବେଦନକାରୀ ସ୍ନିଗ୍ଧା ପାତ୍ରଙ୍କ ଆବେଦନର ଶୁଣାଣି କରି ହୋଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।ମୋଟର ଯାନ ଆଇନ, ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ ଉଲଂଘନ କରି ଏହି ନିର୍ଦେଶନାମା ଜାରି କରାଯାଇଛି ବୋଲି ହାଇକୋର୍ଟରେ ଜନସ୍ୱାର୍ଥ ମମାଲା ରୁଜୁ କରାଜାଇଥିଲା । ଗାଡିର PUCC ପ୍ରମାଣପତ୍ର ନଥିବା ଯାନ ମାଲିକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ବିକ୍ରୟ ନକରିବା ନିୟମ ସମ୍ପୂର୍ଣ୍ଣ ରୂପେ ଓଡ଼ିଶାର ପ୍ରତ୍ୟେକ ଗାଡି ମାଲିକଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି । ଏହି ପରିପ୍ରରିପ୍ରେକ୍ଷୀରେ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ୨୦.୧୨.୨୦୨୫ ତାରିଖରେ ବିଭିନ୍ନ ତୈଳ ବିକ୍ରୟକାରୀ କମ୍ପାନୀକୁ ଲେଖାଯାଇଥିବା ଚିଠିକୁ ରଦ୍ଧ କରିବା ପାଇଁ ପ୍ରାର୍ଥନା କରିଥିଲେ ଆବଦେନକାରୀ ।
Powered by Froala Editor