ପରଲୋକରେ ବରିଷ୍ଠ ସାମ୍ବାଦିକ ମାର୍କ ଟଲି
ନୂଆଦିଲ୍ଲୀ: ଜଣାଶୁଣା ଲେଖକ ତଥା ବରିଷ୍ଠ ସାମ୍ବାଦିକ ମାର୍କ ଟଲିଙ୍କ ରବିବାର ନୂଆଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ସାମ୍ବାଦିକତା ପାଇଁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ମାର୍କ ଅନେକ ଦିନ ହେବ ଅସୁସ୍ଥ ଥିଲେ। ତାଙ୍କ ଅନ୍ତରଙ୍ଗ ବନ୍ଧୁ ସତୀଶ ଜ୍ୟାକବଙ୍କ ସୂଚନା ଅନୁସାରେ ଦ୍ବିପ୍ରହର ପ୍ରାୟ ସାଢେ ୨ଟା ସମୟରେ ମାର୍କଙ୍କ ପରଲୋକ ଘଟିଛି।
୨୪ ଅକ୍ଟୋବର ୧୯୩୫ରେ କଲକାତାରେ ମାର୍କ ଜନ୍ମ ଗ୍ରହଣ କରିଥିଲେ। ୨୨ ବର୍ଷ ଧରି ସେ ବିବିସିର ନୂଆଦିଲ୍ଲୀ ବ୍ୟୁରୋ ପ୍ରମୁଖ ଥିଲେ। ସେ ଜଣେ ପ୍ରତିଷ୍ଠିତ ଲେଖକ ମଧ୍ୟ ଥିଲେ ଏବଂ ବିବିସି ରେଡିଓ-୪ର ଲୋକପ୍ରିୟ କାର୍ଯ୍ୟକ୍ରମ ‘ସମଥିଙ୍ଗ୍ ଅଣ୍ଡରଷ୍ଟୁଡ୍’ର ଉପସ୍ଥାପକ ରହିସାରିଥିଲେ। ୧୯୭୫-୭୭ ରେ ମାର୍କଙ୍କ ଭାରତ ଆସିବା ଉପରେ କଟକଣା ଲାଗିଥିଲା। ସେ ୨୦୦୨ରେ ମାର୍ଗରେଟଙ୍କୁ ବିବାହ କରିଥିଲେ। ମାର୍କ ଟଲିଙ୍କୁ ୨୦୦୨ରେ ନାଇଟହୁଡରୁ ସମ୍ମାନିତ କରାଯାଇଥିବାବେଳେ ଭାରତ ସରକାର ତାଙ୍କୁ ୨୦୦୫ରେ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ।
Powered by Froala Editor