ଭୂକମ୍ପରେ ଥରିଲା ଫିଲିପାଇନ୍ସ

ଫିଲିପାଇନ୍ସରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପରେ କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଫିଲିପାଇନ୍ସର ନ୍ୟାସନାଲ ସେସମୋଲୋଜିକାଲ ସେଣ୍ଟର କହିଛି ଯେ, ଲୁଜନର ମୁଖ୍ୟ ଦ୍ୱୀପପୁଞ୍ଜରେ ୬.୭ ତୀବ୍ରତାରେ ଏକ ଭୂକମ୍ପ ଘଟିଛି । ଏହାର କେନ୍ଦ୍ର ସ୍ଥଳ ୧୧୨ କିଲୋମିଟର ତଳେ ଗଭୀରରେ ଥିଲା । କିଛି ମିନିଟ୍ ପରେ ସମାନ ଅଞ୍ଚଳରେ ୫.୮ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ବାଟାଙ୍ଗାସ୍ ପ୍ରଦେଶର ପୋଲିସ୍ ଅଧିକାରୀ ରୋନି ଓରେଲାନୋ କହିଛନ୍ତି ଯେ, ଭୂକମ୍ପ ଯୋଗୁଁ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିଲେ । ତେବେ ଏହି ଅଞ୍ଚଳରେ ପ୍ରତିଦିନ ଭୂକମ୍ପ ଅନୁଭୂତ ହେଉଥିବା ସେ କହିଛନ୍ତି ।
Powered by Froala Editor