୬୮ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୪୪୫ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦ଜଣ ରହିଥିବା ବେଳେ ପୁରୀ ଜିଲ୍ଲାରୁ ୧୧ଜଣ । ଅନୁଗୁଳ ଜିଲ୍ଲାରୁ ୮ଜଣ ରହିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରୁ ୭ଜଣ ରହିଛନ୍ତି । କେନ୍ଦୁଝର ଜିଲ୍ଲାରୁ ୬ଜଣ ରହିଥିବା ବେଳେ ସୁନ୍ଦରଗଡ଼, ନୂଆପଡ଼ା, ମାଲକାନାଗିରି, କନ୍ଧମାଳ, ଜଗତସିଂହପୁର, ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୬୫ ହଜାର ୭୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୯ ହଜାର ୧୩ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୪୧ ହଜାର ୨୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୫୩୦୮ ଜଣଙ୍କର ମୃତ୍ୟୁ ହୋଇଛି ।
Powered by Froala Editor