ଗହଣା ଦୋକାନରେ କଳାକନା ବୁଲାଇନେଲେ ଦୁର୍ବୃତ୍ତ

ବାରିପଦା: କରୋନା ଭିତରେ ଡକାୟତଙ୍କ ଦୌରାତ୍ମ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି । ଏହାରି ଭିତରେ ସ୍ଥାନୀୟ କଚେରୀ ବଜାରସ୍ଥିତ ଏକ ଗହଣା ଦୋକାନରୁ ଲୁଟ ହୋଇଛି । ଗହଣା ଦୋକାନରେ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି । ଦୁର୍ବୃତ୍ତମାନେ ନଗଦ ୭ ଲକ୍ଷ ସହ ସବୁ ସୁନା ଓ ରୁପା ଗହଣା ପୋଛି ନେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୋକାନ ଛାତ ପଟୁ ପଶି ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଛନ୍ତି । ଏନେଇ ଅଭିଯୋଗ ପାଇବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି ।